୧୬ କୋଟି ଋଣରେ ବୁଡିଲେ ରାଜପାଲ ଯାଦବ,ନିଲାମ ହେବ ପୈତୃକ ଘର

ଲୋକପ୍ରିୟ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ପାଇଁ ସମସ୍ୟା କମିବାର ନାଁ ନେଉନାହିଁ । ଗୋଟିଏ ପଟେ ସେ ୧୬ ବର୍ଷ ପୁରୁଣା ଚେକ୍ ବାଉନ୍ସ ମାମଲାରେ ଜେଲ୍ ସଜା କାଟୁଥିବା ବେଳେ ଏବେ ଅନ୍ୟପଟେ ତାଙ୍କର ସମ୍ପତ୍ତି ନିଲାମ ହେବାକୁ ଯାଉଛି ।ଶାହଜାହାନପୁରରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁମ୍ବାଇ ଶାଖା ଏକ ନୋଟିସ୍ ପୋଷ୍ଟ କରିଛି। ଯେଉଁଥିରେ ତାଙ୍କର ଦୁଇଟି ପ୍ରମୁଖ ସମ୍ପତ୍ତିର ନିଲାମ ଘୋଷଣା କରାଯାଇଛି। ରାଜପାଲ ଯାଦବଙ୍କ ଉପରେ ୧୬ କୋଟି ୬୧ ଲକ୍ଷ ୬୪ ହଜାର ଋଣ ବକେୟା ଥିଲା। କହିବାକୁ ଗଲେ ରାଜପାଲ ଯାଦବ ଫିଲ୍ମ “ଅତା ପତା ଲାପତା” ଚଳଚ୍ଚିତ୍ର ପାଇଁ ଏହି ଋଣ ନେଇଥିଲେ।ବ୍ୟାଙ୍କର ରିକଭରୀ ଅଧିକାରୀମାନେ ଶାହଜାହାନପୁର ସ୍ଥିତ ରାଜପାଲଙ୍କ ପୈତୃକ ଗାଁ ପରିଦର୍ଶନ କରିଥିଲେ। ସେମାନେ ଅଭିନେତାଙ୍କ ସମ୍ପତ୍ତି ଉପରେ ଏକ ନିଲାମ ନୋଟିସ୍ ଲଗାଇଥିଲେ। ବ୍ୟାଙ୍କ ଦାବି କରିଛି ଯେ ଏହି ରାଶିରେ ଋଣ ଏବଂ ସୁଧ ଅନ୍ତର୍ଭୁକ୍ତ।

ଅଧିକ ପଢନ୍ତୁ