ଉତ୍ତର ପ୍ରଦେଶର ମେରଠରେ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ପର୍ଦ୍ଦାଫାସ କରିଛି,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। , ୩୫ ବର୍ଷୀୟ ଅତୁଲ ପାୱାର ହସ୍ତିନାପୁର ଥାନା ଅଞ୍ଚଳର ରାମଲୀଳା ମଇଦାନ ନିକଟରେ କୃଷ୍ଣ କିଡ୍ସ ପବ୍ଲିକ ସ୍କୁଲ ଚଲାଉଥିଲେ ଏବଂ ସେଠାରେ ତାଙ୍କ ସ୍ତ୍ରୀ ଦାମିନୀଙ୍କ ସହିତ ରହୁଥିଲେ। ଏହି ଦମ୍ପତି ୨୦୧୯ରେ ପ୍ରେମ ବିବାହ କରିଥିଲେ।ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ, ସ୍କୁଲ ଚଳାଇବା ପୂର୍ବରୁ ଅତୁଲ ବିଦ୍ୟା ପ୍ରକାଶନରେ କାମ କରୁଥିଲେ । ସେଠାରେ ସେ ୨୦ ଲକ୍ଷ ଟଙ୍କାର ଏକ ବୀମା ପଲିସି ନେଇଥିଲେ। ତୁଷାର ଏବଂ ଦାମିନୀ ବୀମା ଟଙ୍କା ମିଳିବା ପରେ ବିବାହ କରିବାକୁ ଯୋଜନା କରିଥିଲେ। ତୁଷାର ଦାମିନୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ପାଣ୍ଠି ମିଳିବା ପରେ ସେ ତାଙ୍କ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେବେ।ତୁଷାର ପ୍ରକାଶ କରିଥିଲେ ଯେ. ସେ ଏବଂ ଦାମିନୀ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ସେମାନେ ଅତୁଲଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଘଟଣାର ପୂର୍ବ ରାତିରେ ତାଙ୍କୁ କ୍ଷୀରରେ ମିଶ୍ରିତ ନିଦ ବଟିକାର ମାତ୍ରାଧିକ ଔଷଧ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ସାପୁଆ କେଳାଙ୍କ ସହାୟତାରେ, ଏକ ବିଷାକ୍ତ ସାପ ଅଣାଯାଇ ଅତୁଲଙ୍କ କମ୍ବଳରେ ଛାଡି ଦିଆଯାଇଥିଲା, ଯାହା ଫଳରେ ତାଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତମାନେ ବୀମା ଟଙ୍କା ଦାବି କରିବାକୁ ଯୋଜନା କରିଥିଲେ ଏବଂ ସେମାନଙ୍କ ସହାୟତା ବଦଳରେ ସାପୁଆ କେଳାଙ୍କୁ ୫ ଲକ୍ଷ ଦେବାକୁ ରାଜି ହୋଇଥିଲେ। ସୂଚନା ପାଇବା ପରେ, ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯାଞ୍ଚ କରିବା ସମୟରେ, ସେମାନେ ବିଛଣାରେ ଏକ ସାପ ପାଇଥିଲେ । ପ୍ରଥମେ ମାମଲାଟି ସାଧାରଣ ମନେ ହେଉଥିଲା । କିନ୍ତୁ କିଛି ଜିନିଷକୁ ନେଇ ପୁଲିସର ସନ୍ଦେହ ହୋଇଥିଲା । ପୁଲିସ୍ ପ୍ରଥମେ ଦାମିନୀଙ୍କ ମୋବାଇଲ୍ ଫୋନ୍ ଏବଂ କଲ୍ ରେକର୍ଡ ଯାଞ୍ଚ କରିଥିଲା । କଲ ରେକର୍ଡକୁ ଜଣାପଡିଥିଲା ଦାମୀନି ତୁଷାରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ । ପୁଲିସ୍ ତୁଷାରଙ୍କୁ ପଚରାଉଚରା କରିଥିଲା । ଏହାପରେ ସତ ମାନିଥିଲେ ଅଭିଯୁକ୍ତ ।
