+୨ ସି ବି ଏସ ଇ ପରୀକ୍ଷାରେ ୯୪.୮ ପ୍ରତିଶତ ମାର୍କ ରଖି ପ୍ରଥମ ହେଲେ ସୌରେନ୍

ରାୟଗଡ଼ା ତା ୨୮/୦୫ (ନିପ୍ର) ରାୟଗଡ଼ା ଜିଲ୍ଳା ସଦର ସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର +୨ ସି ବି ଏସ ଇ ପରୀକ୍ଷାର ଫଳାଫଳ ବାହାରିଥିବା ବେଳେ ଉକ୍ତ ବିଦ୍ୟାଳୟର ମେଧାବୀ ଛାତ୍ର ସୌରେନ ପଣ୍ଡା ୯୪.୮ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଗତ ବର୍ଷରେ ମେଧାବୀ ଛାତ୍ର ସୋରେନ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ମଧ୍ୟ ୯୮.୬ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ରାୟଗଡ଼ା ବ୍ରାହ୍ମଣ ସାହିର ବରିଷ୍ଠ ବୁଦ୍ଧିଜୀବୀ ସୁନୀଲ କୁମାର ପଣ୍ଡା ଓ ସୌଦାମିନୀ ପଣ୍ଡାଙ୍କ କନିଷ୍ଠ ପୁଅ ହେଉଛନ୍ତି ସୌରେନ । ସେ ତାଙ୍କର ଅଧ୍ୟବସାୟ ଓ କଠିନ ପରିଶ୍ରମର ଫଳ ବୋଲି କହିବା ସହ ଏହାର ଶ୍ରେୟ ତାଙ୍କର ବାପାମାଆ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି। ବାଲ୍ୟ ସମୟରୁ ସୋରେନ ଭବିଷ୍ୟତରେ ଜଣେ ଭଲ ଇଞ୍ଜିନିୟର ହେବା ଲକ୍ଷ୍ୟ ରଖିଥିବା ବେଳେ ଦେଶର ସର୍ବୋଚ୍ଚ ଶିକ୍ଷାସଂସ୍ଥାନ ଆଇ ଆଇ ଟି ପାଇଁ ନିଜକୁ ପ୍ରସ୍ତୁତ ଆରମ୍ଭ କରିଥିବା କହିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ରାୟଗଡ଼ାର ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାr ସୁଅ ଛୁଟିଥିବା ବେଳେ ରାୟଗଡ଼ାର ବରିଷ୍ଠ ସାମ୍ବାଦିକ ଡ ବାଦଲ କୁମାର ତା, ସୁରେଶ ଚନ୍ଦ୍ର ଦାଶ, ସଂଗ୍ରାମ ପଟ୍ଟନାୟକ, ସନ୍ତୋଷ ପାଣିଗ୍ରାହୀ, ନିରଞ୍ଜନ ପାଳ, ଗୋପ ରଞ୍ଜନ ବକ୍ସିପାତ୍ର ପ୍ରମୁଖ ଅଭିନନ୍ଦନ ଦେବା ସହ ଆଗାମୀ ଭବିଷ୍ୟତରେ ସଫଳତା ପାଇଁ କାମନା କରିଛନ୍ତି।

ଅଧିକ ପଢନ୍ତୁ

kc ads