୭ଟି ବିଭାଗର ୧୦ ଟି ପ୍ରସ୍ତାବକୁ ଅନୁମୋଦନ

ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ୪୦ ତମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ୭ ଟି ବିଭାଗର ୧୦ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ୧ଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧ଟି, ଆଇନ ବିଭାଗର ୩ଟି, ଶକ୍ତି ବିଭାଗର ୨ଟି, ଏହିପରି ମୋଟ ୬ଟି ବିଭାଗର ୧୦ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି lବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ଆଇନ ବିଭାଗର ୩୫୮ଟି ଆମେଣ୍ଡମେଣ୍ଟ ଆକ୍ଟ ଉଚ୍ଛେଦ କରାଯାଇଛି । ଲ’ କମିଶନଙ୍କ ରିପୋର୍ଟ ଆଧାରରେ ଉଚ୍ଛେଦ ହୋଇଛି । ଜିଲ୍ଲା ଏବଂ ସିଭିଲ୍‌ କୋର୍ଟ ଅଣ-ନ୍ୟାୟିକ କର୍ମଚାରୀ ସେବା ନିୟମ ସଂଶୋଧନ କରାଯାଇଛି । HC ଓ ଜିଲ୍ଲା କୋର୍ଟ ମ୍ୟାନେଜରଙ୍କ ସେବାକୁ ନିୟମିତକରଣ ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି ।

ଅଧିକ ପଢନ୍ତୁ