୭ ଦିନରେ ବକେୟା ଦେବାକୁ ନିର୍ଦ୍ଦେଶ, ନହେଲେ ଲାଇସେନ୍ସ ରଦ୍ଦ: ଡିଫଲ୍ଟର ଓମଫେଡ୍ ଡିଲରଙ୍କୁ ମନ୍ତ୍ରୀଙ୍କ ଚେତାବନୀ

ଏଣିକି ଡିଫଲ୍ଟର ଓମଫେଡ ଡିଲରଙ୍କ ବିରୋଧରେ ନିଆଯିବ କଡ଼ା ଆକ୍ସନ୍‌ । ଆସନ୍ତା 7 ଦିନ ଭିତରେ ଓମଫେଡର ବକେୟା ପଇସା ପୈଠ ନ କଲେ ରବ୍ଦ ହେବ ଲାଇସେନ୍ସ । ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗର କଡା ନିଷ୍ପତି । ରାଜ୍ୟରେ ୧୦ରୁ ୧୨ ଜଣ ଡିଲର୍ ପାଖାପାଖି ୫ କୋଟିରୁ ଉର୍ଦ୍ଧ ଟଙ୍କା ବକେୟା ରଖିଛନ୍ତି । ସେମାନେ ନିର୍ଦ୍ଧାରିତ ସମୟ ଭିତରେ ବକେୟା ରାଶି ପୈଠ ନ କଲେ, ବ୍ୟକ୍ତିଗତ ଭାବେ ସେମାନଙ୍କ ନାଁରେ FIR କରାଯିବ । ଓମଫେଡ୍ ଓ ଦୁଗ୍ଧ ସଂଘ କାର୍ଯ୍ୟାବଳୀ ସମୀକ୍ଷା ବୈଠକରେ ଏହି ପ୍ରତିକ୍ରିୟା ରଖିଛନ୍ତି ମତ୍ସ୍ୟ ଓ ପ୍ରାଣି ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଦୋକାନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରିଛନ୍ତ ମନ୍ତ୍ରୀ ।

ଅଧିକ ପଢନ୍ତୁ