ରାଜ୍ୟରେ କମୁନି ଶିଶୁ ଶ୍ରମିକ ପ୍ରଥା

କଡା ଆଇନ୍ ଓ ସଚେତନତା ସତ୍ତ୍ୱେ ରାଜ୍ୟରେ କମୁନି ଶିଶୁ ଶ୍ରମିକ ପ୍ରଥା । ୫ ବର୍ଷରେ ରାଜ୍ୟରେ ଉଦ୍ଧାର ହୋଇଛନ୍ତି ୨୮୩ ଶିଶୁ ଶ୍ରମିକ । ଶିଶୁ ଶ୍ରମିକ କମାଇବାକୁ ୯ଟି ବିଭାଗ ସମନ୍ୱୟରେ ରାଜ୍ୟ ସରକାର ଏକ ଖସଡ଼ା ତିଆରି କରିଛନ୍ତି । ଶିଶୁ ଓ କିଶୋର ଶ୍ରମ ଆଇନ ୧୯୮୬କୁ କଠୋର ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏ ସମ୍ପର୍କରେ ଗୃହରେ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, ରାଜ୍ୟରେ ଗତ ୫ ବର୍ଷ ଭିତରେ କେତେ ସଂଖ୍ୟକ ଶିଶୁ ଶ୍ରମିକ ଉଦ୍ଧାର ହେଇଛନ୍ତି? ଆଉ ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ବିଭାଗ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି? ଯାହାର ଉତ୍ତର ରଖିଥିଲେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ

ଅଧିକ ପଢନ୍ତୁ