ପୁରୀ ବେଳାଭୂମୀରେ ଲାଗିଥିବା ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ସ୍ଥାନୀୟ ଲୋକେ। କ୍ୟାଣ୍ଡେଲ, ଖାଦ୍ୟ ସାମଗ୍ରୀ, ଇଞ୍ଜିନ ଅଏଲଓ ପରଫ୍ୟୁମ ସହ ଅନେକ ସାମଗ୍ରୀ ସବୁକୁ ବୋହି ନେଇଛନ୍ତି ଲୋକେ। ଜିଲ୍ଲାପାଳ କହିଛନ୍ତି, କୋଲକତାରୁ କଣ୍ଟେନରଟି ଇଣ୍ଡୋନେସିଆ ଯାଉଥିବା ସମୟରେ ଖସି ପଡିଥିବା ସନ୍ଦେହ କରାଯାଉଛି । କୋଷ୍ଟଗାର୍ଡ ସହ ଏନେଇ ଆଲୋଚନା କରାଯାଇଛି ।
କଣ୍ଟେନରରେ ଫାଟ ହୋଇଥିବାରୁ ଖାଦ୍ୟ ପଦାର୍ଥ ଓ ମହମବତୀ ବାହାରୁଥିବା ଦେଖିବାକୁ ମିଳିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।୨ଦିନ ତଳେ ପେଣ୍ଠକଟା ବେଳାଭୂମିରେ ଲାଗିଥିଲା ଏକ ବଡ଼ କଣ୍ଟେନର। ଯାହାକୁ ଖୋଲିବା ପାଇଁ କୋଷ୍ଟଗାର୍ଡ ଓ କଷ୍ଟମ ଡିପାର୍ଟମେଣ୍ଟକୁ ଖବର ଦିଆଯାଇଥିଲା। କିନ୍ତୁ ୩ ଦିନ ପରେ ବି କଣ୍ଟେନର ଖୋଲାଯାଇ ନ ଥିବା ବେଳେ ସ୍ଥାନୀୟ ଲୋକେ ତାର ଲାଭ ଉଠାଇଛନ୍ତି |