ଆଜି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ। ଚଳିତ ବର୍ଷର ଥିମ୍ ରହିଛି ଚେଞ୍ଜିଂ ଦି ନ୍ୟାରେଟିଭ୍ ଅନ୍ ସୁଇସାଇଡ୍। ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି । ଖାସ୍ କରି ଯୁବପିଢିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବେଶୀ ଦେଖିବାକୁ ମିଳୁଛି । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ଏହାକୁ କିପରି ରୋକିବେ ସେନେଇ ସରକାରୀ ଓ ବେସରକାରୀ ବିଭିନ୍ନ ଉଦ୍ୟମ କରାଯାଉଛି ।ଆତ୍ମହତ୍ୟା ବିରୋଧରେ ସଚେତନତା ସୃଷ୍ଟି ପାଇଁ ୨୦୦୩ ମସିହା ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ପାଳନ ହେଉଛି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ।
ସେପଟେ ମନସ୍ତତ୍ଵବିତ୍ ଙ୍କ ମତରେ ବିଭିନ୍ନ ପ୍ରକାର ଚାପ, ମାନସିକ ଅବସାଦ, ପାରିବାରିକ ଓ ଆର୍ଥିକ ସମସ୍ୟା , ପ୍ରେମ ଓ ନିଶା ଆଦି ଆତ୍ମହତ୍ୟା ପଛର କେତେକ ପ୍ରମୂଖ କାରଣ। ତେବେ ଏହାକୁ ରୋକିବାକୁ ଏଂଗଜାଇଟି ଓ ଡିପ୍ରେସନ୍ ଆଦିର ସଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସା ହେବା ଆବଶ୍ୟକ।କେହି ବି ଆତ୍ମହତ୍ୟାକୁ ସମସ୍ୟା ସମାଧାନର ଶେଷ ବିକଳ୍ପ ନଭାବି ଜୀବନକୁ ସାହସର ସହ ସାମ୍ନା କରିବା ଦରକାର। ଅଭିଭାବକମାନେ ପିଲା ମାନଙ୍କୁ ଛୋଟ ବେଳୁ କିପରି ବିଫଳତାକୁ ସାମ୍ନା କରାଯାଏ, ସମସ୍ୟା ସହ କିପରି ଲଢିବାକୁ ପଡେ , ତାହା ଶିଖାଇବା ନିହାତି ଦରକାର।