ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗଜରାଜପୁର ଗାଁରେ ଘଟିଛି ଏହି ଘଟାଣା ।
ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଅନ୍ୟତ୍ର ଛାଡିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।ସୂଚନା ଯୋଗ୍ୟ, ସ୍ଥାନୀୟ ନଦୀରୁ ବର୍ଷା ପାଣିରେ କୁମ୍ଭୀରଟି ପୋଖରୀକୁ ଚାଳିଆସିଥିବା ଅନୁମାନ କରାଯାଉଛି। ଏପରିକି ପୋଖରୀରେ ଆହୁରି କୁମ୍ଭୀର ଥାଇପାରେ ବୋଲି ଲୋକେ ଆଶଙ୍କା ପ୍ରକଟ କରିଛନ୍ତି। ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।ଶନିବାର ସକାଳେ କୁମ୍ଭୀର ଗାଁ ପୋଖରୀରୁ ଗାଁ ଦାଣ୍ଡକୁ ଚାଲିଆସିଥିଲା । ଗାଁ ଲୋକେ ଏହାକୁ ଦେଖି ଏକ ଦୌଡ଼ି ସାହାଯ୍ୟରେ କୁମ୍ଭୀରଟିକୁ ଆୟତ କରିଥିଲେ | ତେବେ କାହାର କ୍ଷତି ହୋଇ ନାହିଁ |