୧୭ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଥମ କିସ୍ତି ଟଙ୍କା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ରାଜ୍ୟର ୧୦ଲକ୍ଷ ପିଏମ୍ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ ପ୍ରଧାନମନ୍ତ୍ରୀ ।ସେହି ଦିନ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି। ଡିବିଟି ମାଧ୍ୟମରେ ପ୍ରଥମ କିସ୍ତି ବାବଦକୁ ୩୧୮୦ କୋଟି ପଠାଇବେ ପ୍ରଧାନମନ୍ତ୍ରୀ ବୋଲି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ସୂଚନା ଦେଇଛନ୍ତି।ପ୍ରଧାନମନ୍ତ୍ରୀ ଏହା ଓଡ଼ିଶାରୁ ଆରମ୍ଭ କରିବା ରାଜ୍ୟ ପାଇଁ ସୌଭାଗ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ହିତାଧିକାରୀ ଚୟନରେ ଭୁଲ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହିତାଧିକାରୀ ଚୟନ ପାଇଁ ଗ୍ରାମ ସଭା, ପଲ୍ଲୀସଭାକୁ ଆଧାର କରାଯାଇଛି। ଯୋଗ୍ୟ ଲୋକ ହିଁ ଘର ପାଇବେ ଏହା ବିଶ୍ୱାସ ବୋଲି ମନ୍ତ୍ରୀ କହିଛନ୍ତି।