ଓଡିଶା ରାଜ୍ଯ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ ରାୟଗଡା ସର୍କଲ ର ଏକ ବୈଠକ ତା 14/09/2024 ରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ବି,ଏନ ପାଲେସ୍ ଠାରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକ ରେ ଓଡିଶା ରାଜ୍ଯ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ ର ଟି,ପି,ଏସ,ଓ,ଡି,ଏଲ୍ ର ସାଧାରଣ ସମ୍ପାଦକ ଇଂ ରଶ୍ମିରଞ୍ଜନ ଆଚାର୍ଯ୍ଯ ଉପ-ସଭାପତି ଇଂ ସରୋଜ କୁମାର ମିଶ୍ରକୋଷାଧ୍ୟକ୍ଷ ଇଂ ବିଦୁର ବେହେରା ଏବଂ ରାୟଗଡା ସର୍କଲ ର ଅଧିନ ରେ ଥିବା ସମସ୍ତ ଗଜପତି,ରାୟଗଡା,ଗୁଣୁପୁର ଡିଭିଜନର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ ।ଉକ୍ତ ବୈଠକ ରେ ଟାଟାପାୱାର ମାନେଜମେଣ୍ଟ ର ସଂଘର ସଭ୍ୟ ମାନଙ୍କ ପ୍ରତି ବୈମତ୍ରିକ ପାତର ଅନ୍ତର ନୀତିକୁ ବିରୋଧ କରାଯାଇ ଥିଲା ସଂଘର ବିଭିନ୍ନ ସମସ୍ୟା ସହ ଜନସାଧାରଣ ଙ୍କ ଗୁଣାତ୍ମକ ନିରନ୍ତର ମାନର ସେବା ସହ ସେମାନଙ୍କ ସମସ୍ତ ଅଭିଯୋଗ ର ତ୍ୱରାନ୍ୱିତ ନିରାକରଣ ଓ ସମାଧାନ ନିମନ୍ତେ ଦ୍ରୃଢ ଦାବି ଉପସ୍ଥାପନ କରାଯାଇଥିଲା ପରିଶେଷରେ ସଂଘର ନୁତନ କର୍ମକର୍ତ୍ତା ସର୍ବସମ୍ମତ ଉପାୟ ରେ ନିର୍ବାଚିତ କରାଯାଇଥିଲା ।ରାୟଗଡା ସର୍କଲ ର ନୁତନ ସହକାରୀ ସାଧାରଣ ସମ୍ପାଦକ ରୁପେ ଇଂ ମହମ୍ମଦ ରଜିଉଲ୍ଳା,ରାୟଗଡା ଡିଭିଜନର ଜୋନାଲ ସମ୍ପାଦକ ରୁପେ ଇଂ ଅରବିନ୍ଦ କିରଣ ପଣ୍ଡା , ଗୁଣୁପୁର ଡିଭିଜନର ଜୋନାଲ ସମ୍ପାଦକ ଇଂ ଜିତେନ୍ଦ୍ର କୁମାର ରାୟ ଏବଂ ଗଜପତି ଡିଭିଜନର ସମ୍ପାଦକ ରୁପେ ଇଂ ଦିଲ୍ଲୀପ କୁମାର ଲେଙ୍କା ନିର୍ବାଚିତ ହୋଇଥିଲେ ।ଏହି ବୈଠକ କୁ ଇଂ ଦିନେଶ୍ ଷଢଙ୍ଗୀ ପରିଚାଳିତ କରିଥିଲେ ଓଂ ଆର, ହରେ ରାମ କୃଷ୍ଣ ରେଡ୍ଡି ସହୋଯାଗ କରିଥିଲେ ।
