ଦେଶରେ ପାର୍ବଣ ଆରମ୍ଭ ହୋଇଯାଇଛି। ଲୋକଙ୍କ ଭିତରେ ବିଭିନ୍ନ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ପାମୋଲିନ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ ତେଲ ଉପରେ ଆମଦାନି ଶୁଳ୍କ ବଢ଼ାଇ ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଲଦି ଦେଇଛନ୍ତି।ଫଳରେ ଖୁଚୁରା ବଜାରରେ ବିଭିନ୍ନ ପ୍ରକାରର ଖାଇବା ତେଲ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି।ଦିନକ ତଳେ ସୋରିଷ ତେଲ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ଏହା ୧୬୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବିଭିନ୍ନ ପ୍ରକାର ସନ୍ ଫ୍ଲାୱାର ତେଲ ପୂର୍ବରୁ ଲିଟର ପିଛା ୧୦୦ରୁ ୧୧୦ ଟଙ୍କା ପର୍ୟ୍ୟନ୍ତ ବିକ୍ରି ହେଉଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ଟଙ୍କା ଭଳି ଉଚ୍ଚ ଦାମ୍ରେ ବିକ୍ରି ହେଉଛି।ସରକାରଙ୍କ ଶୁଳ୍କ ବୃଦ୍ଧି ନିଷ୍ପତ୍ତିର ପ୍ରଭାବ ତୁରନ୍ତ ଅସାଧୁ ବ୍ୟବସାୟୀମାନେ ଗ୍ରାହକଙ୍କ ଉପରେ ଲଦିଦେଇଛନ୍ତି। ପୂର୍ବରୁ ମହଜୁଦ ଥିବା ତେଲ ଦରକୁ ମଧ୍ୟ ସେମାନେ ବଢ଼ାଇ ଦେଇଛନ୍ତି। ଭୁବନେଶ୍ବରର ପାଇକାରୀ ବଜାରରେ ପୂର୍ବରୁ ୧୪୦ରୁ ୧୪୫ ଟଙ୍କାରେ ବିକ୍ରି ହେଉଥିବା ସୋରିଷ ତେଲ ଦାମ୍ ଏବେ ୧୫୭ ଟଙ୍କାକୁ ବୃଦ୍ଧି ପାଇଛି।