ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ

ବିପଦ ସମୟରେ ସ୍ତ୍ରୀ ହାତ ଛାଡିଦେଲା ଅମାନୁଷିକ ସ୍ୱାମୀ। ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା। ଏମିତି ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ। ନୀଳଗିରି ବ୍ଲକ ଜଡିବାଲି ଗ୍ରାମର ସୁଜାତା ବାରିକ। ଏକମାସ ପୂର୍ବେ ଝିଅର ଦେହ ଖରାପ ହେବାରୁ ସ୍ବାମୀଙ୍କ ସହ ବାଲେଶ୍ୱର ମେଡ଼ିକାଲ ଚିକିତ୍ସା ପାଇଁ ଆସିଥିଲେ।

ତେବେ ସେଠାରେ ହଠାତ୍‌ ସୁଜାତା ମଧ୍ୟ ଅସୁସ୍ଥ ହୋଇପଡନ୍ତି । ପରୀକ୍ଷାରୁ ଜଣାପଡିଲା ସେ ଯଷ୍ମା ରୋଗରେ ପିଡୀତ। ତେଣୁ ମାଲିକ ପାଖରୁ ଟଙ୍କା ଆଣିବା ପାଇଁ ତାଙ୍କ ସ୍ୱାମୀ ତିନି ଝିଅଙ୍କୁ ମେଡିକାଲରେ ଛାଡି ଚାଲିଆସିଲା। ସେବେଠାରୁ ମାସେ ହୋଇଗଲାଣି ସ୍ୱାମୀର ଫେରିବା ବାଟକୁ ଅନାଇ ବସିଛନ୍ତି ସ୍ତ୍ରୀ ଓ ୩ଛୁଆ। ହେଲେ ନାଁ ସେ ଫୋନ ଉଠାଉଛି ନାଁ ମେଡିକାଲ ଆସୁଛି। ସୁଜାତାଙ୍କ ବିଷୟରେ ଖବର ପାଇବା ପରେ ଏହି ସଙ୍ଗଠନ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପରେ ବିଧାୟକଙ୍କ ପରାମର୍ଶ କ୍ରମେ ମହିଳାଙ୍କୁ ନୀଳଗିରି ମେଡିକାଲକୁ ଆଣିଥିଲେ। ଏପରିକି ବିଧାୟକ ନିଜେ ମେଡ଼ିକାଲରେ ପହଞ୍ଚି ସୁଜାତାଙ୍କ ଚିକିତ୍ସାର ବ୍ୟବସ୍ଥା କରାଇ ଦେବା ସହ ତାଙ୍କ ସ୍ବମୀଙ୍କୁ ଲୋକ ଲଗାଇ ଡକାଇଛନ୍ତି ।ଏବେ ଅସହାୟ ମହିଳାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ବାଲେଶ୍ୱରର ବିପଦର ବନ୍ଧୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ।

ଅଧିକ ପଢନ୍ତୁ

Odisha Darpan Digital