ଉନ୍ନୟନ କମିସନର ଅନୁ ଗର୍ଗ ଆଜି ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବାଲେଶ୍ବର ଜିଲ୍ଲା ତଥା ସୁବର୍ଣ୍ଣରେଖା ନଦୀ ଅବବାହିକାରେ ସଦ୍ୟତମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପରମୁଣ୍ଡରେ ବର୍ଷା ଓ ବନ୍ୟାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହିତ ଝାଡ଼ଖଣ୍ଡ ରାଜ୍ୟର ଜଳସଂପଦ ବିଭଗ ସଚିବ ପ୍ରଶାନ୍ତ କୁମାରଙ୍କ ସହିତ କଥା ହୋଇଥିଲେ। ସୁବର୍ଣ୍ଣରେଖାର ରାଜଘାଟ ଠାରେ ଜଳସ୍ତର ଗତ ୨ ଘଣ୍ଟା ଧରି ୧୧.୬୦ ମିଟରରେ ସ୍ଥିର ରହିଛି। ପୂର୍ଣ୍ଣିମା ଯୋଗୁଁ ସମୁଦ୍ର ଜୁଆରିଆ ହେତୁ ଜଳ ନିଷ୍କାସନରେ ବିଳମ୍ବ ଘଟୁଛି।ଆଜି ସକାଳ ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୮.୯୧ ଫୁଟ, ରେଙ୍ଗାଲୀର ଜଳସ୍ତର ୧୨୧.୯୮ ମିଟର ଅପର କୋଲାବର ଜଳସ୍ତର ୮୫୬.୯୫ ମିଟର, ବାଲିମେଳାରେ ଜଳସ୍ତର ୧୫୧୨.୫ ଫୁଟ ଏବଂ ଲୋୟର ଇନ୍ଦ୍ରାର ଜଳସ୍ତର ୨୬୪.୨୧ ମିଟର ରହିଥିଲା। ଋଷିକୁଲ୍ୟା ଅବବାହିକାର ଧନେଇ ଡ୍ୟାମକୁ ବାଦ ଦେଇ ଅନ୍ୟ ସମସ୍ତ ୭ଟି ମଧ୍ୟ ମଧ୍ୟମ ଜଳଭଣ୍ଡାରର ଜଳସ୍ତରର ହାରାହାରି ଜଳସ୍ତ ରହିଛି।