ଆଜି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ।

ଦିଲ୍ଲୀ କେନ୍ଦ୍ର ଶାସିତ ପ୍ରଦେଶରେ ଆଜିଠୁ ଆତିଶୀ ସରକାର । ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ ମାର୍ଲେନା । ଅପରାହ୍ଣ ସାଢ଼େ ୪ଟାରେ ଶପଥ ଗ୍ରହଣ ଉତ୍ସବ ହେବ । ଉପରାଜ୍ୟପାଳ ବିନୟ କୁମାର ସକସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଆତିଶୀଙ୍କ ସହ ୫ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଳାସ ଗୋହଲତ, ଇମ୍ରାନ ହୁସେନ ଓ ମୁକେଶ ଅହଲାବତ ମନ୍ତ୍ରୀ ଭାବେ ଶପଥ ନେବେ । କେଜ୍ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ତୁରନ୍ତ ଆମ୍ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ଆତିଶୀ ମାର୍ଲେନାଙ୍କ ନାଁ ଉପରେ ମୋହର ବାଜିଥିଲା । ଆତିଶୀ କେଜ୍ରିଓ୍ବାଲଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ତେବେ ଆଜି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଭାବେ ଶପଥ ନେବେ । ଏହି ଶପଥ ଉତ୍ସବ ଦିଲ୍ଲୀ ରାଜଭବନରେ ହେବ । ଶପଥ ସମାରୋହରେ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ସାମିଲ ହେବେ ।

ଅଧିକ ପଢନ୍ତୁ