ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଦୁର୍ଗାପୂଜାର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।ସେ ଆଉ କହିଛନ୍ତି, ଆସନ୍ତୁ ପ୍ରାର୍ଥନା କରିବା ଯେ ମା’ ଦୁର୍ଗା ଆମକୁ ଏକ ନ୍ୟାୟପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ସମାନ ସମାଜ ଗଠନ ପାଇଁ ଶକ୍ତି, ସାହସ ଏବଂ ସଂକଳ୍ପ ଦିଅନ୍ତୁ। ମହାଶକ୍ତିର ଏହି ପବିତ୍ର ଅବସରରେ ଆସନ୍ତୁ ମହିଳାମାନଙ୍କ ପ୍ରତି ଅତ୍ୟନ୍ତ ସମ୍ମାନର ସହ ବ୍ୟବହାର କରିବାକୁ ସଂକଳ୍ପ ନେବା ।