ମଦ ନିଶାରେ ଥାନାରେ ଉତ୍ପାତ କରୁଥିବା ମହିଳାଙ୍କ ଅଡୁଆ ବଢ଼ିଲା। ମାମଲା ରୁଜୁ କଲା କମିଶନରେଟ୍ ପୁଲିସ୍। ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ଭୁବନେଶ୍ୱର କମିଶନରେଟ୍ ପୁଲିସ୍।ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଗୋଲାପି ଡ୍ରେସ୍ ପିନ୍ଧିଥିବା ଜଣେ ମହିଳା ଭୁବନେଶ୍ୱର ଖଣ୍ଡଗିରି ଥାନାରେ ବସିଛନ୍ତି। ସେ କୁଆଡେ ନିଶାରେ ଅଛନ୍ତି। ଆଉ ଅଫିସ୍ କାମରେ ବ୍ୟସ୍ତ ଥିବା ପୁଲିସ୍ ଅଫିସରଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଅଜଥାରେ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ପାଣି ବୋତଲ ଓ ପୁଲିସ୍ କର୍ମଚାରୀଙ୍କ ଚେୟାର ଫିଙ୍ଗାଫିଙ୍ଗି କରୁଛନ୍ତି। ଅଭଦ୍ର ଭାଷାରେ ପୁଲିସ୍ କର୍ମଚାରୀଙ୍କୁ ଗାଳି ଗୁଲଜ କରୁଛନ୍ତି। ଥାନାରେ ପୁଲିସ୍କୁ ଦୁର୍ବ୍ୟବହାର କରୁଥିବା ମହିଳାଙ୍କ ଭିଡିଓ ଭାଇରାଲ୍ ହେବା ପରେ ତତ୍ପର ହୋଇଥିଲେ ପୁଲିସ୍ କମିଶନର ଓ ତାଙ୍କ ଟିମ୍।