ନୂଆଗାଁ: ସ୍ବାଧିନତା ସଂଗ୍ରାମ ର ଅଗ୍ରଗାମୀ ଗୋଡ଼ ଥୁଆବାରୀ ଗ୍ରାମ ର ପ୍ରବାଦ ପୁରୁଷ କଣ୍ଡୁରୀ ପରିଡ଼ା , ବୁଦ୍ଧି ପରିଡ଼ା ,ଦୟା ବେହେରା , ଏନ୍ତୁଡି ଶାଳସାଜିଥିବା ପୂର୍ଣ୍ଣପୀଠ ଗୌଡ଼ ଥୁଆବାରୀ ଗ୍ରାମବାସୀ ଙ୍କ ଆନୁକୂଲ୍ୟରେ ୮୩ ତମ ପ୍ରଜାମଣ୍ଡଳ ଶହୀଦ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି।ଏହି ଶ୍ରାଦ୍ଧ ଦିବସରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶହୀଦ ସ୍ତମ୍ବ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପତାକା ଉତ୍ତୋଳନ କରିଥିଲେ।ସମାଜସେବୀ ଶଙ୍କର୍ଷଣ ବେହେରା ଙ୍କ ତତ୍ବାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରଜାମଣ୍ଡଳ ଆନ୍ଦୋଳନ ରେ କଣ୍ଡୁରୀ ପରିଡ଼ା , ବୁଦ୍ଧି ପରିଡ଼ା,ଦୟା ବେହେରା ପ୍ରମୁଖ ଯୋଗଦେଇ କିପରି ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରି ଜୀବନକୁ କିପରି ବଳିଦାନ ଦେଇଛନ୍ତି ସେ ଉପରେ ବର୍ଣ୍ଣନା କରିଥଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ,ବିଜେଡ଼ି ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ , ଶହୀଦ କଣ୍ଡୁରୀ ପରିଡ଼ା ଙ୍କ ନାତି ସୁଦାମ ପରିଡ଼ା,ଗ୍ରାମ ସଭାପତି ଭରତ ସାହୁ , ଦୁର୍ଯୋଧନ ରାଉତ ,ଯୋଗିନଥ ସାହୁ , ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସେଠୀ, ମୁଖ୍ୟ ବକ୍ତା ପ୍ରକାଶ ବେହେରା ପ୍ରମୁଖ ଯୋଗଦେଇ ଶହୀଦ ମାନଙ୍କ ବିଷୟରେ କହିଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅଧ୍ୟାପକ ସନ୍ତୋଷ କୁମାର ସାହୁ।ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଆଦର୍ଶ ଗ୍ରାମ ଥୁଆବାରୀ ରେ ଥିବା ଶହୀଦ ସ୍ମୃତି ସ୍ତମ୍ଭ ରେ ତୋପ ସଲାମୀ ଦିଆଯାଇଥିଲା।
