ରାୟଗଡ଼- ରାୟଗଡ଼ ସଦର ମହକୁମାସ୍ଥିତ ଜିସିଡି ଖେଳ ପଡିଆ ଠାରେ ଅଶୋକ କୁମାର ସାହୁ ମେମୋରିଆଲ ନକଆଉଟ୍
ଫୁଟ୍ବୋଲ ମ୍ୟାଚ୍ ଉଦଘାଟିତ ହୋଇ ଯାଇଛି। ଏହି ଟୁର୍ଣାମେଣ୍ଟରେ ପ୍ରାୟ ୮ଗୋଟି ଟିମ୍ ଭାଗ ନେଇଛନ୍ତି।
ଟିମ୍ ଗୁଡ଼ିକ ହେଲା ଆନ୍ଧ୍ର ପ୍ରଦେଶର ବିଜୟ ନଗର, ବିଶ୍ଵନାଥ ପୁର (କଳାହାଣ୍ଡି ଜିଲ୍ଲା), କୋରାପୁଟ ଜିଲ୍ଲାର NYS ତୋୟାପୁଟ, ଲକ୍ଷ୍ମୀପୁର, ରାୟଗଡ଼ ଜିଲ୍ଳାର ଜେକେପୁର୍ ଏଵଂ ରାୟଗଡ଼ ରେଳବାଇ ଟିମ୍ ଓ ରାୟଗଡ଼ ଟାଉନ୍ ଟିମ୍ , ଏଵଂ କୋରାପୁଟ ଜିଲ୍ଲା ଟିମ୍ ଓ କଳାହାଣ୍ଡି ଜିଲ୍ଲା ଟିମ୍ ସାମିଲ୍ ହୋଇଛନ୍ତି। ଏହି ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଜିଲ୍ଳାର ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀଯୁକ୍ତ ଦୟାନିଧି ବାଗ୍, ୟଙ୍ଗ ଇଣ୍ଡିଆ କ୍ଲବ୍ ସଦସ୍ୟ ତଥା ବିଶିଷ୍ଟ ବ୍ୟବସାୟୀ ସୁରେନ୍ଦ୍ର ସାହୁ ଏବଂ ସ୍ବର୍ଗତ ଅଶୋକ କୁମାର ସାହୁଙ୍କ ଦୁଇ ପୁତ୍ର ସିଦ୍ଧାର୍ଥ ସାହୂ ଓ ଋଷି ସାହୁ ଉପସ୍ଥିତ ଥିଲେ। ଏଥିସହ ପୂର୍ବତନ ଫୁଟବଲ ଖେଳାଳୀ ବରିଷ୍ଠ ଆଇନଜୀବି ମନୋଜ କୁମାର ଗନ୍ତାୟତ, ପୁରୁ, ସଂଜିତ୍ ବାଚିଲି, ସୁନିଲ କୁମାର ଵାଚିଲି, ରାୟଗଡ଼ ଟିମ୍ ର ପ୍ରମୁଖ ଖେଳାଳି ମାନେ ଉପସ୍ଥିତ ଥିଲେ। ପ୍ରଥମେ ପ୍ରାରମ୍ଭିକ ମ୍ୟାଚ୍ ଜେକେପୂର୍ ବନାମ କୋରାପୁଟ ଟିମ୍ ସହ ଖେଳ ହୋଇଥିଲା। କୋରାପୁଟ ଟିମ ଭଲ ଖେଳ ପ୍ରଦର୍ଶନ କରିଥିଲେ । ବାରମ୍ବାର ଜେକେପୂର ଟିମ୍ କୁ ଗୋଲ ଦେଇଥିଲେ। ଜେକେପୂର ଟିମ୍ ପ୍ରାଣ ପଣେ ଚେଷ୍ଟା ପରେ ମଧ୍ୟ ଗୋଟିଏ ଭି ଗୋଲ୍ କୋରାପୂଟ୍ କୁ ଦେଇ ନ ପାରି ୫-୦ ଗୋଲରେ ପରାସ୍ତ ହୋଇଥିଲେ। ଆଜିର ଏହି ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଧେଶକ ଦୟାନିଧି ବାଗ ଉପସ୍ଥିତ ରହି ଖେଳାଳି ମାନଙ୍କ ଉତ୍ସାହ ବଢ଼ାଇବା ସହିତ ରାୟଗଡ଼ ଆୟୋଜକ ଫୁଟବୋଲ ଟିମ୍ କୁ ଏହିଭଳି ଶୃଙ୍ଖଳିତ ଖେଳ ପରିଚାଳନା ନିମନ୍ତେ ଧନ୍ୟବାଦ୍ ଜଣାଇଛନ୍ତି।
ଶରୀର ସୁସ୍ଥ ରହିବା ପାଇଁ ବ୍ୟାୟାମ, କସରତ, ଦୌଡ଼ ଏବଂ ଖେଳକୁଦ ମଧ୍ୟ ଥିବା ନିହାତି ଜରୁରୀ ବୋଲି କହିଛନ୍ତି। ଖେଳିବା ଦ୍ଵାରା ଶରୀର ସୁସ୍ଥ ରହିବା ସହ ମାନସିକ ଭାରାକ୍ରାନ୍ତ ଦୁର କରିବାରେ ସହାୟକ ହୋଇଥାଏ। ରକ୍ତ ପରିଚାଳନା ଠିକ୍ ଭାବରେ ହୋଇଥାଏ। ଖେଳିବା ଦ୍ଵାରା ଦୁଇ ଟିମ୍ ଖେଳିଥାନ୍ତି କିନ୍ତୁ, ଏହାପରେ ଦୁଇଗୋଟି ଟିମର ସଦସ୍ୟ ମାନଙ୍କ ମଧ୍ୟରେ ଏକ ପ୍ରକାର ବନ୍ଧୁତ୍ୱ ପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ ବୋଲି ନିଜ ବକ୍ତବ୍ୟରେ ଶ୍ରୀଯୁକ୍ତ ବାଗ କହିଛନ୍ତି।