ଦେଶର ଗୋଲ୍ଡ ରିଜର୍ଭ ବୃଦ୍ଧି । ବ୍ରିଟେନରୁ ଫେରିଲା ୧୦୨ ଟନ୍ ସୁନା । 

ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି କି ବ୍ରିଟେନରେ ଥିବା ବ୍ୟାଙ୍କ ଅଫ୍ ଲଣ୍ଡନରୁ ୧୦୨ ଟନ ସୁନା ଫେରାଇ ଆଣି ସୁରକ୍ଷିତ ସ୍ଥାନକୁ ପଠାଇଦିଆଯାଇଛି । ବିଦେଶୀ ମୁଦ୍ରାଭଣ୍ଡାରର ପ୍ରବନ୍ଧନର ନୂଆ ରିପୋର୍ଟ ମୁତାବକ ସେପ୍ଟେମ୍ବର ଶେଷ ସୁଦ୍ଧା ରିଜର୍ଭବ୍ୟାଙ୍କ ପାଖରେ ଥିବା ୮୫୫ ଟନ ସୁନା ମଧ୍ୟରୁ ୫୧୦ ଟନ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ପ୍ରକୃତରେ ଦେଶର ଦେଶର ସୁନା ଭଣ୍ଡାର, ବିଦେଶୀ ମୁଦ୍ରା ଭଣ୍ଡାରର ଅଂଶ। ଆରବିଆଇ ଗୋଲ୍ଡ ରିଜର୍ଭର କିଛି ଅଂଶ ଘରୋଇ ସ୍ତରରେ ରଖିଥିବାବେଳେ କିଛି ଅଂଶ ଲଣ୍ଡନ ଏବଂ ସ୍ବିଜରଲାଣ୍ଡ୍‌ ଭଳି ଦେଶରେ ରଖିଛି। ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟ ପାଇଁ ଏହି ଗୋଲ୍ଡ ବିଦେଶରେ ରଖାଯାଇଥାଏ। ଯେଉଁଭଳି ଭାବରେ ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଆଇଏମଏଫ ପାଖରେ ଥିବା ବିଦେଶୀ ମୁଦ୍ରା ରିଜର୍ଭ କାମର ଲାଗିଥାଏ। ଠିକ୍‌ ସେହିଭଳି ଗ୍ୟାରେଣ୍ଟି ପାଇଁ ବିଦେଶରେ ରଖାଯାଇଥିବା ସୁନା କାମରେ ଆସିଥାଏ। ସେପ୍ଟେମ୍ବର ୨୦୨୨ ପରେ ବିଦେଶରେ ବନ୍ଧକ ଥିବା ଦେଶର ସୁନା ମଧ୍ୟରୁ ୨୧୪ ଟନ ସୁନା ଫେରାଇଅଣାଯାଇଛି । ସାରା ବିଶ୍ୱରେ ବଢୁଥିବା ଯୁଦ୍ଧ ବିଭିଷୀକା ମଧ୍ୟରେ ଭାରତ ସରକାର ସୁନାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଯୋଜନା କରିଛନ୍ତି । ସେପଟେ ଏହା ପୂର୍ବରୁ ଚଳିତବର୍ଷ ମେ’ମାସରେ ମଧ୍ୟ ୧୦୦ ଟନ୍ ସୁନା ଭାରତ ସରକାର ଫେରାଇଆଣିଥିଲେ । ୧୯୯୦ ଦଶକ ପ୍ରାରମ୍ଭରେ ଭାରତର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିଲା । ଏହି କାରଣରୁ ବିଭିନ୍ନ ସମୟରେ ଭାରତ ସରକାରଙ୍କୁ ବିଭିନ୍ନ ଦେଶରେ ସୁନା ବନ୍ଧକ ପକାଇଥିଲେ ।

ଅଧିକ ପଢନ୍ତୁ