ବରଗଛ ତଳୁ ମାଟି ଖୋଳୁ ଖୋଳୁ ବାହାରିଲା ଶିବ ଲିଙ୍ଗ

ମାଟି ଖୋଳୁ ଖୋଳୁ ମିଳିଲେ ମହାଦେବ, ଶିବ ଲିଙ୍ଗଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ । ପବିତ୍ର କାର୍ତ୍ତିକ ମାସରେ କୋରାପୁଟ ବୋରିଗୁମ୍ମା ନୁଆଗୁଡ଼ାରୁ ଆସିଛି ଏଭଳି ଅଲୌକିକ ଦୃଶ୍ୟ ।ଆଜି କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ଏଠାରେ ବିଭିନ୍ନ ଅଞ୍ଚଳରୁ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଗତକାଲି ଠାରୁ ଉଦ୍ଧାର ହୋଇଥିବା ଶିବ ଲିଙ୍ଗର ପାଖରେ ପୂଜାର୍ଚ୍ଚନା ଜାରି ରହିଛି । ଏହି ଘଟଣା ପରେ ନୂଆ ଗୁଡ଼ା ଗ୍ରାମବାସୀ ବେଶ୍ ଉତ୍ସାହିତ ହୋଇ ସେହି ସ୍ଥାନଟିକୁ ରାତାରାତି ମନ୍ଦିର ଭଳି ପ୍ରସ୍ତୁତ କରି ଦେଇଛନ୍ତି । କିଛି ଦିନ ପୂର୍ବରୁ ଏଠାରେ ଏକ ବରଗଛ ଆପେ ଆପେ ଲେଉଟି ପଡିଥିଲା ।

ଡିଟେକ୍ଟିଭ ମେସିନ ଦ୍ୱାରା ପରୀକ୍ଷା କରାଯିବା ପରେ ଏହି ସ୍ଥାନରେ ମାଟି ଖୋଳାଯାଇଥିଲା । କିଛି ମିଟର ମାଟି ଖୋଳାଯିବା ପରେ ମାଟିତଳୁ ଶିବଲିଙ୍ଗ ଉଦ୍ଧାର କରାଯାଇଥିବା ଦେଖତବାକୁ ମିଳିଛି। ବର୍ତ୍ତମାନ ଅସ୍ଥାୟୀ ଭାବେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଯେହେତୁ ବଟ ବୃକ୍ଷ ତଳୁ ଶିବ ଲିଙ୍ଗ ଉଦ୍ଧାର ପରେ ବାବା ବଟେଶ୍ୱର ହିସାବରେ ଆଗାମୀ ଦିନରେ ମହାଦେବ ପୂଜା ପାଇବା ନେଇ ମତ ଦେଇଛନ୍ତି ସ୍ଥାନୀୟ ପୂଜକ ।

ଅଧିକ ପଢନ୍ତୁ