ନୂଆପଡ଼ା ଜିଲାରେ କଲରାପତରିଆ ବାଘକୁ ଫାଶରେ ଧରି ରାନ୍ଧିଣ ଖାଇବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିକାରୀମାନେ ବାରହା ଧରିବାକୁ ଜାଲ ବିଛାଇଥିବା ବେଳେ ଏଥିରେ କଲରାପରତିଆ ପଡ଼ିଥିଲେ। ନୃଶଂସ ଶିକାରୀମାନେ ତାକୁ ବି ଛାଡ଼ିଲେନି। ଜଙ୍ଗଲ ଭିତରେ ଭାଗ ବଣ୍ଟା କରିନେଲେ ଆଉ ରୋଷେଇ କରି ଖାଇଲେ ।ବାଘକୁ ମଣିଷ ଖାଇବ ଏକଥା ବିଶ୍ବାସଯୋଗ୍ୟ ନୁହେଁ । କାରଣ ଶିକାରୀ ଯେବେ ଶିକାର ପାଲଟୁଛି ସେତେବେଳେ ବନବିଭାଗ ନିଜର ଅସହାୟତା ପ୍ରକାଶ କରିଛି ।
ବନବିଭାଗ ଦ୍ବାରା ସବୁ ବନ୍ୟଜନ୍ତୁଙ୍କୁ ଟ୍ରାକ କରିବା ସମ୍ଭବ ନୁହେଁ । ଖାସକରି କଲରା ପତରିଆ ବାଘ ଯେ ଶିକାର ପାଲଟିବ ତାହା ବନବିଭାଗର କଳ୍ପନାର ବାହାରେ । ତେଣୁ ବାଘ ମାଂସଖିଆ ଶିକାରୀଙ୍କ ସ୍ଥାନ କେବଳ ଜେଲରେ ନୁହେଁ । ବରଂ ଶିକାରୀଙ୍କୁ ସାମାଜିକ ବାସନ୍ଦ କରନ୍ତୁ ବୋଲି ଲୋକଙ୍କୁ ଆହ୍ବାନ ଦେଇଛନ୍ତି ପିସିସିଏଫ । ଅନ୍ୟପଟେ ବାରମ୍ବାର ଶିକାର ବଢିବା ଦ୍ବାରା ବନବିଭାଗ ବଦନାମ ହେଉଥିବା କହି ବନ କର୍ମଚାରଙ୍କୁ ପରୋକ୍ଷରେ ତାଗିଦ କରିଛନ୍ତି ବିଭାଗୀୟ ମନ୍ତ୍ରୀ ।