ବୈକୁଣ୍ଠ ଧାମ ଆଶ୍ରମରେ ପତ୍ନୀଙ୍କୁ ବନ୍ଧକ ରଖିବା ଅଭିଯୋଗ ଘଟଣାରେ ଟ୍ବିଷ୍ଟ୍। ସାମ୍ନାକୁ ଆସିଲେ ସହିଦ୍ ନଗର ଥାନାରେ ଅଭିଯୋଗ କରିଥିବା ଜିତେନ୍ ଗିରିଙ୍କ ପତ୍ନୀ। କହିଲେ ସ୍ବଇଚ୍ଛାରେ ସେ ବୈକୁଣ୍ଠ ଧାମ ଆଶ୍ରମରେ ରହିଛନ୍ତି। ତାଙ୍କୁ କେହି ବାଧ୍ୟ କରିନାହାନ୍ତି। ଓଲଟା ସ୍ବାମୀଙ୍କ ସହ କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିବା କହିଛନ୍ତି। କାହାର ପ୍ରରୋଚନାରେ ନୁହେଁ ବରଂ ସ୍ବାମୀ ଜୀତେନ ତାଙ୍କ ଉପରେ ଅନେକ ଅତ୍ୟାଚାର ମାର ପିଟ କରୁଥିଲେ ଡରେଇ ଧମକେଇ ରଖୁଥିଲେ। ଏପରିକି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ମାରପିଟ କରିବାକୁ କହୁଥିଲେ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ସେଥିପାଇଁ ସେ ତାଙ୍କ ସ୍ଵାମୀଙ୍କ ଠାରୁ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ।
ଯେହେତୁ ସେ ଆଶ୍ରମ ଯାଉଥିଲେ ଓ ସତସଙ୍ଗରେ ଭାଗ ନେଉଥିଲେ, ସେଥିପାଇଁ ରାଗରେ ଜୀତେନ ଏସବୁ ମିଛ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ।ସୂଚନାଯୋଗ୍ୟ, ଗତକାଲି ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ସହିଦ୍ ନଗର ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ଵାମୀ ଜିତେନ୍ ଗିରି। ସେ କହିଛନ୍ତି, ମୋ ସ୍ତ୍ରୀକୁ ୯ ମାସ ହେଲା ଖୋଜୁଛି, କିନ୍ତୁ ପାଉନି। ଆଶ୍ରମରେ ତାଙ୍କୁ ରଖା ଯାଇଥିବା ସନ୍ଦେହ କରୁଛି। ମୁଁ ତାଙ୍କ ମୋବାଇଲ୍ରୁ ଆଶ୍ରମ ବିଷୟରେ ଜାଣିଲି। ମାଇଣ୍ଡ ଓ୍ଵାସ କରି ମୋ ସ୍ତ୍ରୀକୁ ଆଶ୍ରମରେ ଥିବା ଗୋଦାମରେ ରଖା ଯାଇଛି। ମୁଁ ଆଶ୍ରମ ବିଷୟରେ ଜାଣିବା ପରେ ତାଙ୍କ ସହ ମୋତେ କଥା ହେବାକୁ ଦେଉ ନାହାନ୍ତି। ଆଶ୍ରମ କର୍ତ୍ତୃପକ୍ଷଙ୍କୁ କହିବା ପରେ ବି ସେମାନେ କଥା ଶୁଣିଲେନି। ତେଣୁ ସହିଦନଗର ଥାନାରେ ଅଭିଯୋଗ କରିଛି।