ହୀରାକୁଦରେ ବଢ଼ୁଛି ଜଳସ୍ତର, ଖୋଲା ରହିଛି ୨୨ଟି ଗେଟ

ରାଜ୍ୟରେ ଲଗାଣ ବର୍ଷା ପରେ ମହାନଦୀ ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପାଇବା ସହ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ୁଛି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୨ଟି ଗେଟ ଖୋଲା ରଖାଯାଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି।ତେବେ ଉପର ମୁଣ୍ଡରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଉଥିବାରୁ ଡ୍ୟାମ କର୍ତୃପକ୍ଷ ସଜାଗ ଅଛନ୍ତି । ସେପଟେ, କଟକ ନିକଟସ୍ଥ ମୁଣ୍ଡଳୀରେ ମହାନଦୀର ଜଳପ୍ରବାହ ବଢ଼ି ୭,୧୮,୦୦୦ କ୍ୟୁସେକ ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନଦୀକୂଳିଆ ତଳିଆ ଅଞ୍ଚଳରେ ପ୍ରଶାସନ ସତର୍କତା ଜାରି କରିଛି। ଜଳସ୍ତର ଓ ପ୍ରବାହ ଉପରେ ନିରନ୍ତର ନଜର ରଖାଯାଉଥିବା ଜଳସମ୍ପଦ ବିଭାଗ ସୂଚନା ଦେଇଛି।

ଅଧିକ ପଢନ୍ତୁ