ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୧ ହଜାର ୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୧୧୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୧,୬୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୮ ,୧୧୦ ଟଙ୍କା ହୋଇଛି ।ଘରୋଇ ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ମଧ୍ୟ ସୁନା ଦର ବୃଦ୍ଧିର ଅନ୍ୟ ଏକ କାରଣ ପାଲଟିଛି।
ବୁଧବାର କାରବାର କାଳରେ ଡଲାର ପିଛା ଟଙ୍କା ମୂଲ୍ୟ ୮୪.୪୪ଟଙ୍କାକୁ ପହଞ୍ଚିଛି। ଫଳରେ ଆମଦାନୀ ସୁନାର ଦର ବଢିଯାଇଛି। ସ୍ପଟ୍ ଗୋଲ୍ଡ ପ୍ରତି ଆଉନ୍ସ ୨,୬୫୩.୮୨ ଡଲାରକୁ ପହଞ୍ଚି ଯାଇଛି। ଗତ ସପ୍ତାହରେ ଏହା ୬ ପ୍ରତିଶତ ବୃଦ୍ଧି ସହ ଏବେବି ମଜଭୁତ ରହିଛି। ଅକ୍ଟୋବରରେ ସୁନା ଆଉନ୍ସ ପିଛା ଦର ୨,୮୦୧.୮୦ ଡଲାରର ଉଚ୍ଚତମ ସ୍ତରରେ ଥିଲା। ତେବେ ଗତ ୨୦ ମାସ ମଧ୍ୟରେ ସୁନା ଲାଗି ଏହି ସପ୍ତାହ ସବୁଠୁ ମଜଭୁତ ରହିଛି। ଫଳରେ ନିବେଶକଙ୍କ ଲାଗି ସୁନା ପୁଣି ଥରେ ନିବେଶର ବିକଳ୍ପ ପାଲଟିଛି।