ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ

ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ୨୦୨୨ରୁ କଂସ ଭୂମିକା ତୁଲାଉଥିବା ହୃଷିକେଶ ଭୋଇଙ୍କୁ ଏଥର ବାଦ୍ ଦିଆଯାଇଥିଲା। ହୃଷିକେଶ ଭୋଇଙ୍କୁ ବାଦ୍ ଦିଆଯିବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ନୂଆ କଂସ ବାଛିବାର ପ୍ରକ୍ରିୟା। ୨୦୨୨ରେ ଅନୁଷ୍ଠିତ କଂସ ପ୍ରତିଯୋଗିତାରେ ଦ୍ୱିତୀୟରୁ ପଞ୍ଚମ ହୋଇଥିବା ଜଣଙ୍କୁ ଚୟନ କରାଯିବ ବୋଲି କୁହାଯାଇଥିଲା।

ଏହି କ୍ରମରେ ଷଷ୍ଠ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। ଷଷ୍ଠ ଥର ଏହି ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ପାଇବା ପରେ ଭୁବନେଶ୍ୱର ପ୍ରଧାନ କହିଛନ୍ତି, ଏଥର ସୁଯୋଗ ମିଳିଥିବାରୁ ମୁଁ ଆନନ୍ଦିତ ଓ ଗର୍ବିତ। ଧନୁଯାତ୍ରା ପାଇଁ ଆଉ ମାସେ ସମୟ ଅଛି। ନୂତନ ସଂଳାପ, ନୂତନ ଅଭିନୟ ଓ ନୂତନ ପୌରାଣିକ କଥାବସ୍ତୁକୁ ନେଇ ଏଥର କମ୍ପିବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା।

ଅଧିକ ପଢନ୍ତୁ