ଝଟକିଲା ନୂଆ ନ୍ୟାୟିକ କୋଠା। ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍ କମ୍ପ୍ଲେକ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମହାମହିମ । ଉପସ୍ଥିତ ଥିଲେ ରାଜ୍ୟପାଳ ରଘୁବର ଦାସ । ଏହା ସହ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ରାଷ୍ଟ୍ରପତି। ଭାରତର ବର୍ଷରେ ଥିବା ଜିଲ୍ଲା କୋର୍ଟ ମଧ୍ୟରେ ଏହି କୋର୍ଟ ପ୍ରଥମ ବୋଲି ଜଣାପଡିଛି । ଏହି କୋର୍ଟ କମ୍ପ୍ଲେକ୍ସରେ ୫୬ କୋର୍ଟ ବ୍ୟବସ୍ଥା ରହିଛି ।
ଭିଜିଲାନ୍ସ , ସିବିଆଇ, ସିଭିଲ , ଦୁଇଟି ଫ୍ୟାମିଲି କୋର୍ଟ , ଲେବର , ଶିଳ୍ପ କୋର୍ଟ , ଟ୍ରିବ୍ୟୁନାଲ କୋର୍ଟ , କନଫେରେନ୍ସ , ପୋକ୍ସ କୋର୍ଟ , ସିଏସଆଇ ଅଫିସ୍ , ଅଭ୍ୟର୍ଥନା କକ୍ଷ , ପ୍ରତୀକ୍ଷା କକ୍ଷ , ସିଭିଲ ଆଦି ଜେ, କ୍ରିମିନାଲ ଏଡି ଜେ , ଭଳି ଅତ୍ୟାଧୁନିକ ରୁମ ରହିଛି । ଯେଉଁଥିରେ କମ୍ପ୍ୟୁଟର , କନଫରେନ୍ସ ହଲ , ମିଟିଂ ହଲ , ସିନିୟର୍ ଓକିଲଙ୍କ ଚାମ୍ବର , ଏହାସହିତ ଅଭିଯୁକ୍ତଙ୍କ ପାଇଁ କସଟଡି, ମହିଳା ଏବଂ ପୁରୁଷଙ୍କ ସମ୍ପୂର୍ଣ ଅଲଗା ଅଲଗା କକ୍ଷ ରହିଛି । ଭିଡିଓ କନଫରେନ୍ସ ହଲ ରହିଛି । ଅଭିଯୁକ୍ତ ଏବଂ ଅଭିଯୋଗକାରୀ ସହ ଓକିଲଙ୍କ ପାଇଁ ଏକ ଡିସପ୍ଲେ ରହିଛି । ଏହାସହ ଅତ୍ୟାଧୁନିକ ଟେକନଲୋଜି ଏଠାରେ ରହିଛି ।