୪୪ତମ କାଳୀ ପୂଜା ଉତ୍ସବ ଉପଲକ୍ଷେ ଶୁଭ ଖୁଂଟି ସ୍ଥାପନ

ରାୟଗଡ (ନିପ୍ର) ୨୭/୧୦ – ଫ୍ରେଣ୍ଡସ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ୪୪ ତମ କାଳୀ ପୂଜା (ଦଶ ମହାବିଦ୍ୟା) ଉତ୍ସବ ଉପଲକ୍ଷେ ଶୁଭ ଖୁଂଟି ସ୍ଥାପନ ହୋଇଯାଇଛି । ବ୍ଲକ କଲୋନୀ ସ୍ଥିତ କାଳୀ ମନ୍ଦିରରେ ଆଜି ରୀତିନୀତି ଅନୁଯାୟୀ ପୁରୋହିତ ନଳିନୀକାନ୍ତ ଦାଶଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଶୁଭ ଖୁଂଟି ସ୍ଥାପନ କରାଯାଇଥିଲା । ଶୁଭ ଖୁଂଟି ସ୍ଥାପନ ବେଳେ କର୍ତା ଭାବେ ଶିବ ପଟ୍ଟନାୟକ ଓ ସହ କର୍ତା ଭାବେ ଶିବାଜୀ ଦାଶ ଉପସ୍ଥିତ ଥିଲେ । ଶୁଭ ଖୁଂଟି ସ୍ଥାପନ ପରେ ଆଜ୍ଞାମାଳ ନିମନ୍ତେ ପାଇକପଡା ସ୍ଥିତ ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିର ଅଭିମୁଖେ କର୍ତାଙ୍କ ସହ ସଦସ୍ୟ ମାନେ ବାହାରିଥିଲେ । ପାଇକପଡା ସ୍ଥିତ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ଅଣାଯାଇ ମୂର୍ତି କାରିଗର ବିନୋଦ ବେହେରାଙ୍କ ତତ୍ୱାବଧାନରେ ମା କାଳୀଙ୍କର ମୃଣ୍ମୟୀ ମୂର୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ମାସ ନଭେମ୍ବର ୮ ତାରିଖ ଠାରୁ ୧୭ ତାରିଖ ଯାଏଁ ମା ଦକ୍ଷିଣକାଳୀଙ୍କ ଦଶମହାବିଦ୍ୟା ପୂଜା ଅନୁଷ୍ଠିତ ହେବା ଏବଂ ୧୮ ତାରିଖ ଦିନ ମାଙ୍କ ବିଗ୍ରହ ବିସର୍ଜନ ହେବ । ଶୁଭ ଖୁଂଟି ସ୍ଥାପନ ସମୟରେ ସଭାପତି ଦିଲୀପ ପଟନାୟକ, ସଂପାଦକ ସଂଗ୍ରାମ ପଟ୍ଟନାୟକ, ସଂଗଠନ ସଂପାଦକ ପ୍ରସନ୍ନ କୁମାର ରାଓ, କୋଷାଧ୍ୟକ୍ଷ ଗୌରି ପଟ୍ଟନାୟକ, ସୁନିଲ କୁମାର ପାଣିଗ୍ରାହୀ, ମଦନ ମୁନ୍ନଚେଟି, ଅନିଲ ବିଶ୍ୱାଳ, ରବିନ୍ଦ୍ର ନାୟକ, ଦିବାକର ଗୌଡ, ଭାନୁ ପ୍ରତାପ, ଦେବୀ ପ୍ରସାଦ ମହାନ୍ତି, ଭି.ପ୍ରଶାନ୍ତ କୁମାର, ରମେଶ ପାୟାସିଂ ପ୍ରମୁଖ ଉପସ୍ଥିତ ଥିଲେ । ମାଙ୍କୁ ଦର୍ଶନ କରି ମାତୃକୃପା ଲାଭ କରିବା ନିମନ୍ତେ ରାୟଗଡା ସହରର ଜନସାଧାରଣଙ୍କୁ ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନର ସାଧାରଣ ସଂପାଦକ ଶିବ ପଟନାୟକ ନିବେଦନ କରିଛନ୍ତି ।

ଅଧିକ ପଢନ୍ତୁ