ସରିଲା ବାତ୍ଯା ପାଇଁ ଉପମୁଖ୍ଯମନ୍ତ୍ରୀ ଙ୍କ ସମୀକ୍ଷା

ରାୟଗଡ଼ା ତା ୨୭/୧୦/୨୬ (ନିପ୍ର)- ସମ୍ଭାବ୍ଯ ବାତ୍ଯା ଅର୍ଣ୍ଣବ କୁ ନେଇ ସଜାଗ ରାୟଗଡା ଜିଲ୍ଲା ପ୍ରଶାସନ। ବର୍ତ୍ତମାନ ଏହି ବାତ୍ୟାର ପ୍ରଭାବରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଛି। ଆଜି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟାହ୍ନ ରେ ରାୟଗଡ଼ା ପହଞ୍ଚିବା ପରେ ତାଙ୍କ ଅଧକ୍ଷ୍ଯତାରେ ସରିଲା ସମୀକ୍ଷା ବୈଠକ। ବୈଠକରେ ବରିଷ୍ଠ ଆଇଏଏସ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଏସପି ରାଜ୍ ପ୍ରସାଦ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ବାତ୍ଯା ପୂର୍ବରୁ ଓ ପରେ ତାର ମୁକାବିଲା କେମିତି କରାଯାଇପାରିବ ସେ ନେଇ ବିଚାର ବିମର୍ଷ କରାଯାଉଛି। ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ମାନଙ୍କରେ ପ୍ରଭାବିତ ମାନଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ଆଲୋଚନା କରିବା ସହ ବାତ୍ଯା ଆଶ୍ରୟସ୍ଥଳୀ ରେ ରିଲିଫ ଓ ଭୁସ୍କଳନ ସ୍ଥାନରେ ଯେପରି ତ୍ବରିତ ପଦକ୍ଷେପ ନିଆଯିବ ସେନେଇ ପରାମର୍ଶ ଦେଇଛନ୍ତି ଉପମୁଖ୍ଯମନ୍ତ୍ରୀ। ବୈଠକ ଶେଷ ପରେ ଏକ ସାମ୍ବାଦିକଙ୍କୁ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା ବିବୃତ୍ତି ଦେଇଛନ୍ତି ଏହା ସହ ଏମର୍ଜେନ୍ସି ରୁମ୍ କୁ ଯାଇ ସମସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ସହ ପ୍ରଶାସନ ଓ ସରକାରଙ୍କ ତରଫରୁ ଦିଆଯାଇଥିବା ଏଡଭାଇଜରୀ କୁ ମାନିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଏହା ସହ ଏହି ବାତ୍ୟାର ସମ୍ମୁଖୀନ ପାଇଁ ଜିଲ୍ଲା ପ୍ରଶାସନ ଓ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା।

ଅଧିକ ପଢନ୍ତୁ