ଗୁଣିଗାରେଡ଼ି ସନ୍ଦେହ, ଗୋଟେ ଜୁଇରେ ଦୁଇଟି ଶବ ଜାଳିଲେ

କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ୫ଜଣ ମାରିଦେଇ ଅନ୍ୟଜଣେ ମୃତ ବ୍ୟକ୍ତି ପୋଡାଯାଉଥିବା ଯୁଇରେ ପକାଇ ଜାଳି ଦେଇଛନ୍ତି। ଏ ନେଇ ବନ୍ଧୁଗାଁ ଥାନାରେ ନଂ. ୧୧୨/୨୪ରେ ମାମଲା ରୁଜୁ ହୋଇଛି। ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।ସୂଚନାଯୋଗ୍ୟ, କୋରାପୁଟ ଜିଲା ବନ୍ଧୁଗାଁ ଥାନା ଜାର୍ପା ଗାଁ’ର ଦସ ମୀନ୍ୟାକା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ରବିବାର ଅପରାହ୍ନରେ ତାଙ୍କର ମତ୍ୟୁ ହୋଇଥିଲା। ପ୍ରଥମେ ଦସଙ୍କ ଭାଇ ଜଙ୍ଗାମାଙ୍କର ମୃତ୍ୟୁ ଘଟିଥିବା ଆଖପାଖ ପ୍ରଚାରିତ ହୋଇଥିଲା। ହଠାତ୍ ଦାସର ଅସ୍ବାଭାବିକ ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରିପାରିନଥିଲେ । ପରେ ଯାହାକୁ ନେଇ ଶିବ ଉପରେ ସନ୍ଦେହ କରିଥିଲେ । ପରେ ଗାଁ ଶଶ୍ମାନରେ ଦାସ ମିନ୍ୟାକାର ଜୁଇ ଜଳୁଥିବା ବେଳେ ଶିବକୁ ୪ ରୁ ୫ ଜଣ ମିଳିମିଶି ନିର୍ମମ ଭାବେ ହତ୍ୟା କରି ମୃତ ଦାସର ଜୁଇ ଉପରେ ଶିବର ଶବ ରଖି ପୋଡ଼ି ଦେଇଛନ୍ତି । ତେବେ ଏହି ଘଟଣା ପ୍ରଘଟ ନହେବା ପାଇଁ ଶିବର ପରିବାରକୁ ଓ ଗ୍ରାମବାସୀ ଙ୍କୁ କଡ଼ା ବିରୋଧ କରିଥିଲେ ଦାସ ମିନ୍ୟାକାର ସଂପର୍କୀୟ । ଯେଉଁଥିପାଇଁ ଶିବ ମିନ୍ୟାକା ଙ୍କ ପରିବାର ଭୟରେ ପୋଲିସକୁ ଅଭିଯୋଗ କରିପାରିନଥିଲେ ।

ହେଲେ ରାତି ପାଉ ପାଉ ଘଟଣା ପ୍ରଘଟ ହୋଇଥିଲା । ଯାହା ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଥିଲେ । ଗୁଣିଗାରେଡ଼ି ସନ୍ଦେହରେ ଶିବଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନେ ସ୍ବୀକାର କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital