ହସ୍ପିଟାଲରୁ ସ୍ବାମୀଙ୍କୁ ଗିରଫ ଦାବି କଲେ କନଷ୍ଟେବଳ ସ୍ତ୍ରୀ

ଯାହା ହାତ ଧରି ସାତ ଜନ୍ମର ସାଥୀ ହୋଇଥିଲେ, ସେ ହିଁ ହତ୍ୟା ପାଇଁ କରିଛି ଉଦ୍ୟମ । ସ୍ବାମୀ ଆକ୍ରମଣରେ ଗୁରୁତର ହୋଇ ମେଡିକାଲରେ ନ୍ୟାୟ ଭିକ୍ଷା କରୁଛି ସ୍ତ୍ରୀ ।ଆକ୍ରମଣ କରିଥିବା ତାଙ୍କ ସ୍ବାମୀ ଜ୍ୟୋତି ପ୍ରଧାନ ମଧ୍ୟ ଜଣେ କନଷ୍ଟେବଲ। ଗତ ସୋମବାର ରାସ୍ତାରେ ଯାଉଥିବା ବେଳେ ସ୍ତ୍ରୀଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଫେରାର ହୋଇ ଯାଇଥିଲେ ଜ୍ୟୋତି ପ୍ରଧାନ।ଗୁରୁତର ଅବସ୍ଥାରେ ମହିଳା କନେଷ୍ଟବଳ ନୁପୁର ବଲାଙ୍ଗୀରର ଏକ ଘରୋଇ ମେଡିକାଳରେ ଚିକିତ୍ସିତ ହେଉଛନ୍ତି।

କାହିଁକି ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା, ସେ ନେଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ନୁପୁର। ଆକ୍ରମଣ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ନୁପୁର। ଅନ୍ୟପଟେ ଘଟଣାରେ ଜ୍ୟୋତି ପ୍ରଧାନକୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସପି। ବଲାଙ୍ଗିର SDPO କହିଛନ୍ତି, ଫେରାର କନେଷ୍ଟବଳଙ୍କୁ ଧରିବାକୁ ରାଜ୍ୟ ବାହାରକୁ ସ୍ୱତନ୍ତ୍ର ଟିମ୍ ଯାଇଛି lସ୍ବାମୀ-ସ୍ତ୍ରୀ କଳହରେ ବଳି ପଡ଼ିଛି ୧୦ମାସର ଶିଶୁ ।

ଅଧିକ ପଢନ୍ତୁ