କେଭିଙ୍କ ଫୋକସରେ ବକେୟା ବିଦ୍ୟୁତ୍ ଶୁଳ୍କ । ରାଜ୍ୟର ୨୩ ଶିଳ୍ପ ସଂସ୍ଥା ଦେଇନାହାଁନ୍ତି ବକେୟା ବିଜୁଳି ବିଲ୍ । ଏହି ସଂସ୍ଥା ଗୁଡ଼ିକ ଉପରେ ୧୦୯୬ କୋଟି ଟଙ୍କା ବକେୟା ବିଲ୍ ପଡିଛି । ତାଳଚେରର ଏକ ତାପଜ ବିଦ୍ୟୁତ୍ କମ୍ପାନୀ ସର୍ବାଧିକ ୨୮୫ କୋଟି ଟଙ୍କା ବାକି ରଖିଛି । ସେହିପରି ଯାଜପୁର ଜିଲ୍ଲାର ଏକ ଇସ୍ପାତ ଶିଳ୍ପ ୨୪୬ କୋଟି ବାକି ରଖିଥିବାବେଳେ ଅନ୍ୟ ଏକ ଇସ୍ପାତ କମ୍ପାନୀ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି । ତେବେ ବକେୟା ବିଦ୍ୟୁତ ରାଶି ଆଦାୟ ପାଇଁ ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଗତକାଲି ଭୁବନେଶ୍ବର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶିଲ୍ପ ସଂସ୍ଥାମାନଙ୍କ ଉପରେ ରହିଥିବା ବକେୟା ବିଦ୍ୟୁତ୍ ଶୁଳ୍କ ଆଦାୟ ଉପରେ ଏକ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ, ବିଦ୍ୟୁତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।