ପୋଲିସ ଏଏସଆଇଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ଏଏସଆଇ ରେଣୁ ପ୍ରସାଦ ପ୍ରଧାନଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ରାଇସିଂ ଯୋଡି ନାଳ ନିକଟରେ ଥିବା ଏକ ଗଛରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସୂଚନାମୁତାବକ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଏଏସ୍‌ଆଇ ରେଣୁପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାରରୁ ନିଖୋଜ ଥିଲେ।

ସେ ଥାନାକୁ ଆସୁ ନ ଥିବା ଏବଂ ତାଙ୍କ ଫୋନ୍‌ କେହି ଉଠାଉ ନ ଥିବାରୁ ତେନ୍ତୁଳିଖୁଣ୍ଟି ଥାନାର ତାଙ୍କ ସହକର୍ମୀ ଖୋଜାଖୋଜି କରୁଥିଲେ। ତାଙ୍କ ପରିବାର ସଦସ୍ୟ ବାହାରେ ରହୁଥିବାରୁ ତାଙ୍କ ଘରକୁ ଯାଇଥାଇ ପାରନ୍ତି ବୋଲି ଭାବି ଯୋଗାଯୋଗ କରି ବିଫଳ ହୋଇଥିଲେ। ଶେଷରେ ଗୁରୁବାର ଅପରାହ୍ନରେ ପର୍ଯ୍ୟଟନସ୍ଥଳୀ ରାଇସିଂ ଜୋଡ଼ିଠାରେ ଗଛରେ ମୃତଦେହ ଝୁଲୁଥିବା ଖବର ମିଳିଥିଲା ଏହା ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ, ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ।

ଅଧିକ ପଢନ୍ତୁ

kc ads