ବାଘୁଣୀ ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ଏନଟିସିଏର ନିର୍ଦ୍ଦେଶ ।

ଶିମିଳିପାଳ ସୀମା ଡେଇଁ ଝାଡଖଣ୍ଡ ପରେ ପଶ୍ଚିମବଙ୍ଗ ଚାଲିଯାଇଥିଲା ମରାଠା ବାଘୁଣୀ ଜିନ୍ନତ । ହେଲେ ଏବେ ତାକୁ ଟ୍ରାଙ୍କୁଲାଇଜ୍ କରି ଆଲିପୁର ଚିଡ଼ିଆଖାନାରେ ରଖାଯାଇଛି । ଅନ୍ୟପଟେ, ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଏନଟିସିଏ ।ଚିଠିରେ ଉଲ୍ଲେଖ କରି କହିଛନ୍ତି, ବନ୍ୟ ପ୍ରାଣୀ ଆଇନ୍ ଅନୁସାରେ ତୁରନ୍ତ ଶିମିଳିପାଳ ପଠାନ୍ତୁ ।

ଏନଟିସିଏ ଏସଓପି ଅନୁସାରେ ଜିନ୍ନତକୁ ଶିମିଳିପାଳ ପଠାଇ ଦିଅନ୍ତୁ । ଏବଂ କାହିଁକି ଅଲିପୁର ଚିଡିଆଖାନାକୁ ନିଆଗଲା ସେନେଇ କାରଣ ଦର୍ଶାନ୍ତୁ ବୋଲି ଚିଠିରେ କୁହାଯାଇଛି ।ସୂଚନାଯୋଗ୍ୟ, ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତ କୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା ଆଲିପୁର ଚିଡ଼ିଆଖାନା । ଏବେ ସେ ଆଲିପୁର ଚିଡ଼ିଆଖାନାର ସ୍ୱତନ୍ତ୍ର ଏନକ୍ଲୋଜରରେ ଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପରେ ଶିମିଳିପାଳ ଫେରିବ ।

ଅଧିକ ପଢନ୍ତୁ