ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଲେଖିଲେ ଚିଠି

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ପାଇଁ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବୀ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଚିଠି ଲେଖିଛନ୍ତି ନବୀନ। ଗତ ଡିସେମ୍ୱର ୩୦ ଓ ୩୧ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲା ବୁଲି କ୍ଷୟକ୍ଷତି ଆକଳନ କରିଥିଲେ ନବୀନ। ଅଦିନିଆ ବର୍ଷାରେ ବର୍ଷକର ଅର୍ଜିତ ଫସଲ ନଷ୍ଟର ଦୁଃଖ ବଖାଣିଥିଲେ ଚାଷୀ। ତେଣୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି ନବୀନ।

ସେପଟେ ଫସଲହାନି ଯୋଗୁଁ ଜଣଙ୍କ ପରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି। ଉଜୁଡା କ୍ଷେତ ଦେଖି ହତାଶାରେ ଟଳିପଡୁଛନ୍ତି ଚାଷୀ। ମୁଖିଆଙ୍କ ମୃତ୍ୟୁ ପରେ ଛାରଖାର ହୋଇଯାଉଛି ପରିବାର। ହେଲେ ସଠିକ ସମୟରେ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚୁନି ବୋଲି ଅଭିଯୋଗ କରିଛନ୍ତି ନବୀନ। ଜଗତସିଂହପୁର ଗସ୍ତ ବେଳେ ଏଭଳି ଏକ ଘଟଣା ନଜରକୁ ଆସିଥିବା କହିଛନ୍ତି ନବୀନ। ବାଲିକୁଦା ସାରଣା ଗାଁର ଚାଷୀ କୃତ୍ତିବାସ ସ୍ୱାଇଁଙ୍କ ଆତ୍ମହତ୍ୟା ପରେ ଭାଙ୍ଗିଯାଇଛି ପରିବାରର ମେରୁଦଣ୍ଡ। ୪ ଏକର ଭାଗରେ ଆଉ ନିଜର ଏକରେ ଜମିରେ ଧାନ ଚାଷ କରିଥିଲେ। ହେଲେ ଅଦିନିଆ ବର୍ଷାରେ ସବୁ ଧାନ କ୍ଷେତରେ ଶୋଇଗଲା। ଚାଷ ପାଇଁ କରଜ ଟଙ୍କା ସୁଝିବା ଚିନ୍ତାରେ ଆତ୍ମହତ୍ୟା କରିଥିଲେ କୃତ୍ତିବାସ। ହେଲେ ଚାଷୀଙ୍କ ଏଭଳି ଦୁଃଖ ସମୟରେ ପ୍ରଶାସନର ଦେଖା ମିଳିନଥିଲା। ବର୍ଷାରେ ଫସଲହାନି ଚାଷୀଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି। ଏନେଇ ସରକାର ସମ୍ବେଦନଶୀଳ ହୋଇ ତୁରନ୍ତ ସହାୟତା ଦେବାକୁ ଦାବି କରିଛନ୍ତି ନବୀନ।ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ବହୁମାତ୍ରାରେ ରାଜସ୍ୱ ହାନି ହେଉଛି। ବର୍ଷା ଓ ବନ୍ୟାରେ ଅନେକ କ୍ଷତି ସହୁଛନ୍ତି ଚାଷୀ। ସେଥିପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ବାରମ୍ୱାର ଦାବୀ କରିଆସୁଛି ବିଜେଡି। ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଥିଲେ ଚାଷୀଙ୍କୁ ଅତିରିକ୍ତ ସହାୟତା ମିଳିପାରିଥାନ୍ତା। ତେଣୁ ଚାଷୀଙ୍କ ଦୁଃଖକୁ ଗୁରୁତର ସହ ନେଇ ତୁରନ୍ତ ସହାୟତା ପ୍ରଦାନ ପାଇଁ ଦାବୀ କରିଛନ୍ତି

ଅଧିକ ପଢନ୍ତୁ

Odisha Darpan Digital