ଦୀଘା ମୁହାଣରେ ବୁଡ଼ିଲା ମାଛ ଧରା ଟଲର । ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ ।

ଦୀଘା ମୁହାଣରେ ବୁଡ଼ିଲା ମାଛ ଧରା ଟଲର । ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ । ଗତକାଲି ଅପରାହ୍ନରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ମାଛ ଧରି ଦୀଘା ମୁହାଣକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଯାନ୍ତ୍ରିକ ତ୍ରୂଟି ଯୋଗୁଁ ଟ୍ରଲରଟି ଗଭୀର ସମୁଦ୍ରର ଫସି ଯାଇଥିଲା । ଖବର ପାଇ ଅନ୍ୟ ଏକ ସ୍ପିଡ୍ ବୋଟ ଗଭୀର ସମୁଦ୍ର ଭିତରକୁ ଯାଇ ବୁଡି ଯାଉଥିବା ଟ୍ରଲରୁ ୯ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା ।ସୂଚନାନୁଯାୟୀ, ଦୀଘା ମୁହାଣ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି। ଟଲରଟି କିଭଳି ବୁଡ଼ିଲା ତାହାକୁ ନେଇ ସ୍ଥାନୀୟ ମେରାଇନ ଥାନା ପୋଲିସ ଅଧିକ ତଦନ୍ତ କରୁଛି।

ଅଧିକ ପଢନ୍ତୁ

kc ads