ଭୁବନେଶ୍ବରର ରାଜଭବନ ଛକରେ ଶନିବାର ସନ୍ଧ୍ୟାରେ ଘଟି ଯାଇଛି ସିରିଜ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏକ ହୁଣ୍ଡାଇ କାର୍ ରଙ୍ଗ୍ ରୁଟ୍ରେ ଆସି ଦୁଇ ବାଇକକୁ ଧକ୍କା ଦେଇ ରାଜଭବନ ଗୋଲେଇ ଛକର ଡିଭାଇଡର ଉପରକୁ ଚଢିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ଜଣ ଗୁରୁତର ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।କାର୍ ଡ୍ରାଇଭର ଜଣଙ୍କ ମଦ୍ୟପାନ କରିଥିବା ଜଣାପଡ଼ିଛି ।
