ବାରବାଟୀ ଦିନିକିଆ: ମ୍ୟାଚ୍ ଦେଖିବେ ଧର୍ମେନ୍ଦ୍ର ପ୍ରଧାନ; କିଣିଲେ ଟିକେଟ୍‌

ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ପାଇଁ କ୍ରିକେଟ୍ ଫିଭର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଣିଛନ୍ତି ବାରବାଟୀ ଟିକେଟ୍। ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଏହାର ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ ଦିଆଯାଇଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ମ୍ୟାଚର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି ।

ତାଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବାରବାଟୀ ମ୍ୟାଚ ପାଇଁ ଟିକେଟ୍ କିଣିଥିଲେ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କାର୍ୟ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଅନୁଗୁଳ ବିଧାୟକ ତଥା ଆପେକ୍ସ କାଉନ୍‌ସିଲ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲିମ୍ପିକ ଆସୋସିଏସନର ସଂପାଦକ ଅଭିଜିତ ପାଲ୍, ପୂର୍ବତନ ବିଧାୟକ ଲଳିଟେନ୍ଦୁ ମହାପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ମ୍ୟାଚ୍‌ର ପ୍ରଥମ ଟିକେଟ କିଣିଥିଲେ ।

ଅଧିକ ପଢନ୍ତୁ

Odisha Darpan Digital