ଆଇଟମ୍ ଡାନ୍ସ ହେଲେ ବାଜିବ ଠେଙ୍ଗା ପାହାର ।

ଆଇଟମ୍ ଡାନ୍ସ ହେଲେ ବାଜିବ ଠେଙ୍ଗା ପାହାର । ୧୦୦ ଠେଙ୍ଗା କିଣା ହୋଇ ଥୁଆ ହୋଇଛି ।କିଛି ଏପରି ଏବେ ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବିଶେଷ କରି ଆଗକୁ ଖଣ୍ଡଗିରି ଯାତ୍ରା ଆସିଥିବାରୁ ଏହାକୁ ନେଇ ଯାତ୍ରା କମିଟି ମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଆଗରୁ ସତର୍କ କରିଛନ୍ତି। ଯାତ୍ରାରେ ଦିନକୁ ଦିନ ଅଶ୍ଲିଳତା ବଢି ବଢି ଚାଲିଛି । ଆଇଟମ୍ ଡାନ୍ସ ନାଁରେ ଅଶ୍ଲିଳ ନାଚ ହେଉଛି । ଯାହାର ପ୍ରଭାବ ଯୁବପୀଢିଙ୍କ ଉପରେ ପଡୁଛି ।

ଦିନ ଥିଲା ଯାତ୍ରା ଏକ ମନୋରଞ୍ଜନର ମାଧ୍ୟମ ଥିଲା । ଲୋକେ ପରିବାର ସହ ଯାତ୍ରା ଦେଖିବାକୁ ଯାଉଥିଲେ କିନ୍ତୁ ଏବେ ପରିବାର ସହ ଯାତ୍ରା ଦେଖିବାକୁ ଗଲେ ଲାଜ ଲାଗୁଛି । ଏଭଳି ଅଭିଯୋଗ ସେତେବେଳେ ଆସିଛି, ଯେତେବେଳେ ନିଶା ମହାରଣା ଓ ସାହୁ ଭାଉଜଙ୍କ ଭଳି ଆଇଟମ୍ ଗର୍ଲ ଯାତ୍ରାରେ ଅଶ୍ଲିଳ ନୃତ୍ୟ ପରିବେଷଣ କରୁଛନ୍ତି । ତେବେ ଯିଏ ଅଶ୍ଲିଳ ନାଚ ନାଚିବ ତା ଉପରେ ଠେଙ୍ଗା ମାଡ ବସିବ । ପୂରା ସିରିୟସ୍ ମାଡ ହେବ ବୋଲି କହିଦେଇଛନ୍ତି ବାବୁ।

ଅଧିକ ପଢନ୍ତୁ

Odisha Darpan Digital