ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଜଙ୍ଗଲ ଅଞ୍ଚଳରେ ଏକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରାଯାଇଛି ।ବୌଦ୍ଧରେ ଶୁଆ ଚାଲାଣ ସମ୍ପର୍କିତ ସୂଚନା ବନ ବିଭାଗର ୱାଇଲ୍ଡ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଭୋପାଳ ପକ୍ଷରୁ ଦିଆଯିବା ପରେ ଖୋର୍ଦ୍ଧା ୱାଇଲ୍ଡ ଲାଇଫ ବିଭାଗ ପକ୍ଷରୁ ବୌଦ୍ଧ ବନ ବିଭାଗକୁ ଏନେଇ ଶନିବାର ସୂଚନା ଦିଆଯାଇଥିଲା। ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶରେ ବୌଦ୍ଧରେ ଅଧିକାରୀ ଅର୍ଚ୍ଚନା ଗମାଙ୍ଗ ଓ ଫରେଷ୍ଟର ଗୋବର୍ଦ୍ଧନ ମେହେରଙ୍କ ନେତୃତ୍ୱରେ ଶୁଆ ଚାଲାଣକାରୀଙ୍କୁ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏ ନେଇ ଶୁଆ ଶାବକ କ୍ରୟ କରିବା ପାଇଁ କିଶୋରଙ୍କୁ ଯୋଗାଯୋଗ କରାଯାଇଥିଲା। କିଶୋର ୩ଟି ଶୁଆ ଶାବକକୁ ନେଇ ବିକ୍ରୟ ପାଇଁ ପହଞ୍ଚିଥିଲେ। ପୂର୍ବ ଯୋଜନା ମୁତାବକ ବୌଦ୍ଧରେ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଟିମ ତାଙ୍କୁ ଧରିଥିଲେ। ଏହି ଘଟଣା ପରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନ୍ତର୍ଗତ ପ୍ରତିବନ୍ଧିତ ପଶୁ ପକ୍ଷୀଙ୍କୁ ଘରେ ପାଳନ ନ କରିବାକୁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ରାକେଟର ଚେର ଆଉ କେଉଁଆଡେ ଲମ୍ବିଛି କିମ୍ବା ଆଉ କେହି ଏଥିରେ ସାମିଲ ଅଛି ନାହିଁ ତାହାର ତଦନ୍ତ ଆରମ୍ଭ କରୁଛି ବୌଦ୍ଧ ଜଙ୍ଗଲ ବିଭାଗ ।