ଜୟଦେବ ଜେନାଙ୍କୁ ହତ୍ୟା ଧମକ

କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ ପରେ ଏବେ ଟାର୍ଗେଟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ଅଜଣା ନମ୍ବରରୁ ୫୦ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କ ନିକଟକୁ ଆସିଛି ଧମକପୂର୍ଣ୍ଣ । ୫୦ଲକ୍ଷ ଦିଅ ନହେଲେ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ଓଡ଼ିଆ ଭାଷାରେ କଥା ହେଉଥିଲେ ଦୁର୍ବୃତ୍ତ । ଓଡ଼ିଆ ଭାଷାରେ କଥା ହେଉଥିଲେ ଦୁର୍ବୃତ୍ତ। କ୍ୟାପିଟାଲ ଥାନାରେ ଏନେଇ ଅଭିଯୋଗ ଦେଇଛନ୍ତି ଜୟଦେବ ଜେନା। ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ସେ ଅଭିଯୋଗ କରିଛନ୍ତି। ଧମକ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟଦେବ ଜେନା।

ଅଧିକ ପଢନ୍ତୁ