ଆଦିବାସୀ ମହିଳାଙ୍କ ରଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନିନ୍ଦା କରିଛି ବିଜେଡି।

ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଏବଂ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଂସଦା କହିଛନ୍ତି ଯେ ଆଦିବାସୀ ମହିଳାଙ୍କ ବିଷୟରେ ଏପରି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନିଃସର୍ତ୍ତ କ୍ଷମା ମାଗନ୍ତୁ। ସୂଚନାମୁତାବକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ସଫା ରଙ୍ଗର ମହିଳାଙ୍କୁ ବିବାହ କରିବା ପାଇଁ ଖୋଜୁଥିଲେ ଏବଂ ସେଥିପାଇଁ ସେ ମୟୂରଭଞ୍ଜ ଜିଲ୍ଲାରେ ବିବାହ କରିଛନ୍ତି ବୋଲି କହିବା ତାଙ୍କର ବର୍ଣ୍ଣ ବିଦ୍ୱେଷ ମନୋଭାବର ପରିଚୟ ଦେଇଛି।

ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇ ଆଦିବାସୀ ଝିଅମାନେ ସଫା ନୁଁହନ୍ତି ବୋଲି ମନ୍ତବ୍ୟ ଦେବା ଆମ ମନରେ ଗଭୀର ଆଘାତ ସୃଷ୍ଟି କରିଛି ବୋଲି କହିଛନ୍ତି ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍‌ ଓ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା।ବିଜେପିର ଗତ ସାତ ମାସ ଶାସନ ମଧ୍ୟରେ ଓଡ଼ିଶାରେ ଆଦିବାସୀ ମହିଳାଙ୍କ ବିରୁଦ୍ଧରେ ଅପରାଧ ମଧ୍ୟ ବୃଦ୍ଧି ପାଇଥିବା ଅଭିଯୋଗ କରିଛନ୍ତି।

ଅଧିକ ପଢନ୍ତୁ