୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ୨ଟି ଟ୍ୟୁବୱେଲ୍

ଆସୁଛି ଖରା, ସରକାର ସତର୍କ । ଖରା ପୂର୍ବରୁ ସରକାରଙ୍କୁ ଘାରିଛି ପାଣି ଚିନ୍ତା । ରାଜ୍ୟରେ ପୁଣି ଥରେ ଖୋଳାଯିବ ଟ୍ୟୁବୱେଲ୍ ବା ନଳକୂପ । ୭୦ ଜନସଂଖ୍ୟା ବିଶିଷ୍ଟ ଗାଁରେ ୨ଟି ନଳକୂପ ଖୋଳିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନଳକୂପ ଖୋଳିବା ପାଇଁ ପୂର୍ବ ସରକାର ପ୍ରକ୍ରିୟା ବନ୍ଦ କରିଥିଲେ। ଉପକୂଳ ଅଞ୍ଚଳରେ ସାଲାଇନ ପାଣି ଥିବାରୁ ଦଶ ବର୍ଷ ପରେ ମଧୁର ପାଣି ସରିଯାଉଛି। ଏଥିପାଇଁ ଅଧିକ ଆଡି ବନ୍ଧ ନିର୍ମାଣ ହେବ। ଖରାଦିନ ପାଇଁ ପାନୀୟ ଜଳ ବ୍ୟବସ୍ଥା ପାଇଁ ସୋଲାର ମାଧ୍ୟମରେ ପାନୀୟ ଜଳ ଦେବେ ସରକାର | ସେହିଭଳି ଅନ୍ୟ ଅସୁବିଧା ହେଲେ ଟ୍ୟାଙ୍କର ମାଧ୍ୟମରେ ଦିଆଯିବ ପାଣି।ଜଙ୍ଗଲ ଅଞ୍ଚଳରେ ସମସ୍ୟା ଥିବାରୁ କେନ୍ଦ୍ରକୁ ପ୍ରସ୍ତାବ ଯାଇଛି ।

୨୦୨୫ ମାର୍ଚ୍ଚ ସୁଦ୍ଧା ୭୨ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖା ଯାଇଥିବା ମନ୍ତ୍ରୀ କହିଛନ୍ତି ।୨୦୨୬ ମାର୍ଚ୍ଚ ମାର୍ଚ୍ଚ ସୁଦ୍ଧା ମେଗା ପ୍ରୋଜେକ୍ଟ ଗୁଡ଼ିକ ସରିବ । ଆରଡବ୍ଲୁଏସ୍ଏସ୍ ଓ ଡିଡବ୍ଲୁଏସ୍ଏସ୍ ଦ୍ଵାରା ଦୁର୍ଗମ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳ ଓ ସରପଞ୍ଚଙ୍କୁ କ୍ଷମତା ଦିଆଯାଇଛି । ପାନୀୟ ଜଳ ନେଇ ଅଭିଯୋଗ ଆସିଲେ ତୁରନ୍ତ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ