ଗାଁ ଦାଣ୍ଡରେ ବିଷାକ୍ତ ସାପ ସହ ଖେଳ । ତମ୍ପ ସାପକୁ ବେକରେ ଗୁଡାଇ ଉତ୍ପାତ କରୁଛି ମଦ୍ୟପ ଯୁବକ । ସାପକୁ ବେକରେ ପକେଇ ଘୁରେଇ ଘୁରେଇ ବୁଲୁଛି ଗାଁ ଦାଣ୍ଡରେ । ଆଉ ସାପଟି ହାତକୁ କାମୁଡି ଧରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଡ୍ରଗ୍ସ ଖାଇବା ଯୋଗୁ ତାଙ୍କ ଶରୀରରେ ସାପ ବିଷ କାମ କରୁ ନି। ଏହି ଯୁବକ ୨୪ ଘଣ୍ଟା ନିଶାରେ ରୁହେ। ନିଶା ଖାଇ ଗାଁ ଗହଳି ରେ କରେ ଉନ୍ମତ କାଣ୍ଡ! କିଛି ଦିନ ପୂର୍ବରୁ ବାପା ମା ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ ହେଲେ ପୁଅ ଭଲ ହୋଇଯାଇଛି ଭାବି ପୁଣି ଗାଁ କୁ ଆଣିଥିଲେ,ଆଜି କିନ୍ତୁ ସବୁ ସୀମା ଟପିଯାଇଛି ।
ତେବେ ରାସ୍ତାରେ ଗୋଡେଇ ଗୋଡେଇ ଲୋକଙ୍କୁ କାମୁଡୁଥିଲା । ଯୁବକ ଏବଂ ସାପକୁ ଧରିବା ପାଇଁ ନାକେଦମ ହୋଇଥିଲେ କଣାସ ପୋଲିସ ଓ କଣାସ ଅଗ୍ନିସମ ବିଭାଗ । ଶେଷରେ ଦୟା ବିହାର ଗାଁ ଲୋକଙ୍କ ସହଯୋଗରେ ଯୁବକକୁ କାବୁ କରି ନିଶା ନିବାରଣ କେନ୍ଦ୍ରରେ ଛାଡିଦିଆଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l