ଋଷିଆ ବିୟର ବୋତଲରେ ଗାନ୍ଧୀଙ୍କ ଫଟୋ ଓ ଦସ୍ତଖତ ।

ଋଷିଆରେ ମହାତ୍ମା ଗାନ୍ଧୀଙ୍କୁ ଅପମାନ । ଋଷିଆରେ ଏକ କେନ୍‌ ବିୟରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଯାହାକୁ ନେଇ ଲୋକମାନେ ଋଷ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିବେଦନ କରିଛନ୍ତି। ତେବେ ଏହି ଫଟୋ ଭାଇରାଲ ହେବା ପରେ ବିବାଦ ଦେଖାଦେଇଛି। ଏହି କମ୍ପାନୀ ବିୟରର ନାମ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ନାମରେ ରଖିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ନାତି ତଥା ରାଜନେତା ସୁପର୍ଣୋ ଶତପଥୀ ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋକୁ ସେୟାର କରିଥିଲେ।ଘଟଣା ସମ୍ପର୍କରେ ଭାରତୀୟ ଦୂତବାସ ରୁଷିଆର ବୈଦେଶିକ ବ୍ୟାପର କାଯର୍ୟାଳୟକୁ ମଧ୍ୟ ଜଣାଇଛି । ଏହି ବିୟର କମ୍ପାନୀର ନାଁ ରିଭେର୍ଟ ବ୍ରାଣ୍ଡ ରହିଛି ।

ଅଧିକ ପଢନ୍ତୁ