ତାତି ଆକଳନ କରି ଆଗୁଆ ସତର୍କ କରାଇଲା ଉଚ୍ଚ ଶିକ୍ଷା ବିଭାଗ । ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟମାନଙ୍କୁ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ପାଠପଢା ଓ ପରୀକ୍ଷା ଆଦିକୁ ସକାଳୁଆ କରିବାକୁ କୁହାଯାଇଛି । ଗ୍ରୀଷ୍ମପ୍ରବାହରୁ ବର୍ତ୍ତିବା ପାଇଁ ଅପରାହ୍ଣରେ ଆଉଟଡୋର ଆକ୍ଟିଭିଟିକୁ ବାରଣ କରାଯାଇଛି ।
ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ପିଇବା ପାଇଁ ସହ ଓଆରଏସ ମହଜୁଦ ରଖାଯିବ । ଶିକ୍ଷାନୁଷ୍ଠାନ ପରିସରରେ ଥିବା ଟ୍ୟୁବୱେଲ ଓ ପାଣିପମ୍ପକୁ କାର୍ଯ୍ୟକ୍ଷମ କିମ୍ବା ଆବଶ୍ୟକ ସ୍ଥଳେ ମରାମତି କରାଯିବ । କଲେଜ ଓ ପରୀକ୍ଷା କେନ୍ଦ୍ରରେ ଫାଷ୍ଟ ଏଡ ରହିଥିବା ସୁନିଶ୍ଚିତ କରାଯିବ ।ଅପରାହ୍ନରେ ଆଉଟଡୋର କାର୍ଯ୍ୟକଳାପ ପାଇଁ ବାରଣ କରାଯାଇଛି।ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀର ପାଳନ ନେଇ ଏକ ସ୍କ୍ବାର୍ଡ ଗଠନ କରାଯିବ ଓ ନିରୀକ୍ଷଣ କରାଯିବ ।