ପାରାଦୀପ-କୁଜଙ୍ଗ ଥାନା ଅନ୍ତର୍ଗତ ଫାର୍ମ ହାଉସ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ମଦ ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ଏଥିରେ ଚାପି ହୋଇଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି । ଘଟଣା ସ୍ଥଳରୁ ହାଇୱା ଗାଡି ଫେରାର ହୋଇଯାଇଛି । କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ପୋଲିସ କେନାଲ ମଧ୍ୟରୁ ଗାଡ଼ିକୁ ଉଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଡିଟି କଟକରୁ ମଦ ବୋଝେଇ କରି ପାରାଦୀପ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେପେଟ ମଦ ନେବାକୁ ଲୋକଙ୍କ ଭିଡଲାଗିଥବା ବେଳେ ଲୋକେ ପେଟିରୁ ମଦ ସବୁ.ବୋହିନେଇଥିବା ଦେଖିବାକୁ ମିଳିଥଲା ।
