କଟକ ଏସସିବିରେ ପୁଣି ଶିଶୁ ଅଦଳବଦଳ ଅଭିଯୋଗ । ଏସ୍ଏନସିୟୁରେ ଚିକିତ୍ସାଧୀନ ବେଳେ ବଦଳ ହୋଇଥିବା ଅଭିଯୋଗ ହୋଇଛି । ନବଜାତ କନ୍ୟାକୁ ବଦଳ କରି କର୍ମଚାରୀମାନେ ଏକ ମୃତ ଶିଶୁ ଧରାଇ ଦେଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଏହି ଘଟଣାରେ ପ୍ରସୂତିଙ୍କ ପରିବାର ଲୋକେ ଏସ୍ ସିବି ଅଧ୍ୟକ୍ଷଙ୍କୁ ଲିିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଲୁସି ଦାସ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଏବଂ ଶିଶୁ ରୋଗ ବିଭାଗ ମୁଖ୍ୟଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ତଳଚୁଆ ସାହିର ଚନ୍ଦ୍ରମା ବେହେରା ଗତ ୧୧ ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଜନ୍ମ ପରେ ଅସୁସ୍ଥ ନବଜାତ ଶିଶୁକୁ ଏସ୍ଏନ୍ ସିୟୁକୁ ନିଅଯାଇଥିଲା । ମାତ୍ର ୨୪ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିବା କର୍ମଚାରୀ କହିଥିବା ଅଭିଯୋଗ ହୋଇଛି । ଏପରିକି ପିଲାଟି ଆମର ନୁହେଁ ବୋଲି କହିବାରୁ ପୋଲିସର ଧମକ ଦେଇଥିଲେ । ସେପଟେ ଏସ୍ ସିବି ଅଧ୍ୟକ୍ଷ କ୍ୟାମେରା ସମ୍ମୁଖରେ କିଛି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ତଥାପି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଅଧ୍ୟକ୍ଷ ପ୍ରଫେସର ଦାସ କହିଛନ୍ତି ।