ଆମେରିକାର ନାଗରିକତ୍ଵ ପାଇଁ ଟ୍ରମ୍ପ ଦେବେ ବଡ଼ ଅଫର

ଦେଶକୁ ଆର୍ଥିକ ସ୍ତରରେ ଅଧିକ ମଜଭୂତ କରିବାକୁ ଓ ଦେଶରେ ବିଦେଶୀ ନିବେଶକ ବଢ଼ାଇବାକୁ ନୂଆ ଉପାୟ ଆପଣାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି।ଆମେରିକାର ନାଗରିକତା ହାସଲ କରିବା ଲାଗି ଅନେକ ବିଦେଶୀଙ୍କ ସ୍ବପ୍ନ ରହିଥାଏ। ଯଦି ଆପଣଙ୍କ ନିକଟରେ ପ୍ରଚୁର ଅର୍ଥ ଅଛି, ତେବେ ଏହି ସ୍ବପ୍ନ ସହଜରେ ପୂରଣ ହୋଇପାରିବ। ଏଥିପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅଫର ଘୋଷଣା କରିବାକୁ ଯାଉଛନ୍ତି। ଏହା ଜରିଆରେ ଧନୀ ଅପ୍ରବାସୀମାନେ ଆମେରିକାର ନାଗରିକତ୍ଵ ଗ୍ରହଣ କରିପାରିବେ ଏବଂ ଗୋଲ୍ଡ କାର୍ଡ ହାସଲ କରିପାରିବେ। ମିଳିଥିବା ସୂଚନା ଅନୁସାରେ ଏବେ କେହି ବି ଆମେରିକା ନାଗରିକତା ପାଇପାରିବେ କିନ୍ତୁ ସେଥିପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ କୋଟି କୋଟି ଟଙ୍କା । ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୫୦କୋଟି । ଆଜ୍ଞା ହଁ ଡୋନାଲ୍ଡ ଟ୍ରମ୍ପ ଏବେ ଧନୀ ବ୍ୟକ୍ତିଙ୍କୁ ବଡ ଅଫର ଦେଇଛନ୍ତି ।

୪୩ରୁ ୫୦କୋଟି ଟଙ୍କା ବଦଳରେ ପାଇପାରିବେ ଗୋଲ୍ଡ କାର୍ଡ ।ଏହି କାର୍ଡ ଆପଣଙ୍କୁ ଆମେରିକା ନାଗରିକତାର ପରିଚୟ ଦେବ ।ଆପଣଙ୍କୁ ଆମେରିକାରେ ଏହି ପରିମାଣର ଅର୍ଥ ନିବେଶ କରିବାକୁ ପଡ଼ିବ। ଟ୍ରମ୍ପ ଭିଜା କାର୍ଯ୍ୟକ୍ରମକୁ ଆମେରିକୀୟ ନାଗରିକତାର ରାସ୍ତା ବୋଲି କହିଛନ୍ତି।ଟ୍ରମ୍ପ କହିଛନ୍ତି ଯେ, ଭିଜା କାର୍ଯ୍ୟକ୍ରମ ‘ଗୋଲ୍ଡ କାର୍ଡ’ ଜରିଆରେ ଭବିଷ୍ୟତରେ ପ୍ରାୟ ୧୦ ଲକ୍ଷ ଗୋଲ୍ଡ କାର୍ଡ ବିକ୍ରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଡ ପାଇବାକୁ ହେଲେ ୫୦ ଲକ୍ଷ ଡଲାର ଦେବାକୁ ହେବ। ଗୋଲ୍ଡ କାର୍ଡ ବର୍ତ୍ତମାନର ଇବି-୫ ଭିଜାର ସ୍ଥାନ ନେବ। ଏହାକୁ କ୍ରୟ କରି ଧନୀ ଲୋକମାନେ ଆମେରିକା ଆସିବେ, ଯାହାଦ୍ବାରା ନିବେଶ ଏବଂ ନିଯୁକ୍ତି ବୃଦ୍ଧି ପାଇବ।

ଅଧିକ ପଢନ୍ତୁ

Odisha Darpan Digital