ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ ଧାମର ଦ୍ୱାର କେବେ ଖୋଲିବ ସେ ନେଇ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୨ ତାରିଖରେ ଖୋଲିବ କବାଟ । ସକାଳ ୭ ଟା ବେଳେ କେଦାରନାଥଙ୍କ ଦ୍ବାର ଖୋଲାଯିବ ।ପରମ୍ପରା ଅନୁସାରେ ପ୍ରତି ବର୍ଷ ଶୀତ ଋତୁ ଆରମ୍ଭ ହେବା ମାତ୍ରେ କେଦାରନାଥ ଧାମର ଦ୍ୱାର ବନ୍ଦ କରାଯାଏ । ଏହା ପରେ ବାବା କେଦାରନାଥଙ୍କ ପାଲକି ତାଙ୍କର ଶୀତକାଳୀନ ଆସନ ଓଁକାରେଶ୍ୱର ମନ୍ଦିର ଉଖିମଠରେ ପରମ୍ପରା ଅନୁସାରେ ପୂଜା ପାଆନ୍ତି । ୬ ମାସ ପାଇଁ ବାବା କେଦାରନାଥଙ୍କୁ ତାଙ୍କ ଶୀତକାଳୀନ ଆସନ ଓଁକାରେଶ୍ୱର ମନ୍ଦିର ଉଖିମଠରେ ପୂଜା କରାଯାଏ । ତେବେ ମହା ଶିବରାତ୍ରୀ ପର୍ବ ଅବସରରେ, ଉଖିମଠର ଓଁକାରେଶ୍ୱର ମନ୍ଦିରର ଶୀତଦିନିଆ ପୂଜାସ୍ଥାନ ଦିନଟି ବାହାର କରାଯାଇଛି । ପବିତ୍ର ଶିବରାତ୍ରୀ ଅବସରରେ ଲୋକଙ୍କ ଗହଳି ଜମିଥିବା ବେଳେ ଏହି ଘୋଷଣା କରାଯାଇଛି ।
